19.1 C
Bhubaneswar
Tuesday, January 25, 2022
Homeଦେଶ ବିଦେଶବ୍ଲାକ୍ ଫଙ୍ଗସ୍‌ର ବିହିତ ପ୍ରତିକାର ପାଇଁ ମୋଦୀଙ୍କୁ ପତ୍ର ଲେଖିଲେ ସୋନିଆ

ବ୍ଲାକ୍ ଫଙ୍ଗସ୍‌ର ବିହିତ ପ୍ରତିକାର ପାଇଁ ମୋଦୀଙ୍କୁ ପତ୍ର ଲେଖିଲେ ସୋନିଆ

ନୂଆଦିଲ୍ଲୀ : ଦେଶରେ ମ୍ୟୁକର୍‌ମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍‌ର ସଂକ୍ରମଣ ବୃଦ୍ଧି ପାଇବା ପରିପ୍ରେକ୍ଷୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ଏହାର ପ୍ରତିକାର ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି । କୋଭିଡ୍ ରୋଗୀଙ୍କ ଠାରେ ବ୍ଲାକ୍ ଫଙ୍ଗସ୍‌ର ସଂକ୍ରମଣ ଦେଖାଦେଉଥିବାରୁ ଏହାର ଚିକିତ୍ସା ପାଇଁ ଆବଶ୍ୟକ ପଡ଼ୁଥିବା ଲିପୋସୋମାଲ୍ ଆମ୍ଫୋଟେରିସିନ୍‌-ବି ଭଳି ଅତ୍ୟାବଶ୍ୟକ ଔଷଧ ଯୋଗାଇ ଦିଆଯିବାକୁ ସୋନିଆ ଦାବି କରିଛନ୍ତି । ସେ ଏହି ପତ୍ରରେ ଦର୍ଶାଇଛନ୍ତି, ମ୍ୟୁକର୍‌ମାଇକୋସିସ୍ ଚିକିତ୍ସା ପାଇଁ ଲିପୋସୋମାଲ ଆମ୍ଫୋଟେରିସିନ୍‌-ବି ଔଷଧର ବିଶେଷ ଉପଯୋଗିତା ରହିଥିବା ମୁଁ ଜାଣେ । କିନ୍ତୁ ବଜାରରେ ଏହି ଔଷଧ ଉପଲବ୍ଧ ହେଉନଥିବା ରିପୋର୍ଟ ମିଳୁଛି ।

ତେଣୁ ଏ ଦିଗରେ ବିହିତ ପଦକ୍ଷେପ ନିଆଯିବାକୁ ମୁଁ ଦାବି କରୁଛି । ବ୍ଲାକ୍ ଫଙ୍ଗସ୍‌ର ଚିକିତ୍ସା ପାଇଁ ଅତ୍ୟାବଶ୍ୟକ ଔଷଧର ଯୋଗାଣ ସୁନିଶ୍ଚିତ କରିବା ଲାଗି ଯଥେଷ୍ଟ ପରିମାଣରେ ଏହାର ଉତ୍ପାଦନ କରାଯିବାକୁ ସେ ଦାବି କରିଛନ୍ତି । ଉଲ୍ଲେଖଯୋଗ୍ୟ, ଦିଲ୍ଲୀ, ମହାରାଷ୍ଟ୍ର ଓ ଗୁଜରାଟ ଭଳି କେତେକ ରାଜ୍ୟରେ ବ୍ଲାକ୍ ଫଙ୍ଗସ୍‌ର ଚିକିତ୍ସା ଲାଗି ଆବଶ୍ୟକ ପଡ଼ୁଥିବା ଔଷଧର ଘୋର ଅଭାବ ଦେଖାଦେଇଛି । ଗତ ଗୁରୁବାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବ୍ଲାକ୍ ଫଙ୍ଗସ୍‌କୁ ଅଧିସୂଚିତ ରୋଗ ଭାବରେ ଘୋଷଣା କରାଯାଇ ସଂକ୍ରମିତ ରୋଗୀଙ୍କ ସମ୍ପର୍କରେ ଇଣ୍ଟିଗ୍ରେଟେଡ୍ ଡିଜିଜ୍ ସର୍ଭିଲେନ୍ସ ପ୍ରୋଗ୍ରାମ୍ (ଆଇଡିଏସ୍‌ପି)ଙ୍କୁ ଜଣାଇବା ବାଧ୍ୟତାମୂଳକ ବୋଲି ଗତ ଗୁରୁବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ ।

ମ୍ୟୁକର୍‌ମାଇକୋସିସ୍ ଏକ ମାରାତ୍ମକ ଫଙ୍ଗାଲ ସଂକ୍ରମଣଜନିତ ରୋଗ ହୋଇଥିବାରୁ ଏହାର ଆଶୁ ପ୍ରତିକାର ନିହାତି ଆବଶ୍ୟକ । ବିଶେଷକରି ଶରୀରରେ ରକ୍ତ ଶର୍କରା ଅନିୟନ୍ତ୍ରିତ ରହିଥିଲେ ଅର୍ଥାତ୍ ଡାଇବେଟିସ୍ ରୋଗୀଙ୍କ ପାଇଁ ଏହା ବେଶୀ ବିପଦ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସତର୍କ କରିଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking