33.1 C
Bhubaneswar
Thursday, April 25, 2024
HomeUncategorizedଦିଲ୍ଲୀ ହିଂସାକୁ ପୂର୍ବତନ ପ୍ରଧାନମନ୍ତ୍ରୀ କହିଲେ ‘ଜାତୀୟ ଲାଜ’; ସରକାରଙ୍କୁ ରାଷ୍ଟ୍ରପତି ମନେପକାନ୍ତୁ ରାଜଧର୍ମ

ଦିଲ୍ଲୀ ହିଂସାକୁ ପୂର୍ବତନ ପ୍ରଧାନମନ୍ତ୍ରୀ କହିଲେ ‘ଜାତୀୟ ଲାଜ’; ସରକାରଙ୍କୁ ରାଷ୍ଟ୍ରପତି ମନେପକାନ୍ତୁ ରାଜଧର୍ମ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦେଶର ରାଜଧାନୀ ଦିଲ୍ଲୀରେ ହେଉଥିବା ହିଂସାକୁ କେନ୍ଦ୍ର କରି ଆଜି କଂଗ୍ରେସ ଦଳ ମୋଦି ସରକାରଙ୍କୁ ଟାର୍ଗେଟ କରିଛି । କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏକ ପ୍ରତିନିଧିମଣ୍ଡଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଛି । ଏହି ବୌଠକ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ କେନ୍ଦ୍ର ସରକାରଙ୍କୁ ନିଜର ଟାର୍ଗେଟ କରି ଏହି ହିଂସାକୁ ‘ଜାତୀୟ ଲାଜ’ ବୋଲି କହିଛନ୍ତି । ମନମୋହନ ସିଂ କହିଛନ୍ତି ଯେ, ‘ଆମେ ଦିଲ୍ଲୀ ହିଂସାକୁ ନେଇ ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲୁ । ଦିଲ୍ଲୀରେ ଯାହା ହେଲା ଏହାକୁ ଏକ ପ୍ରକାର ଜାତୀୟ ଲାଜ ବୋଲି କୁହାଯାଇପାରେ । ସିଧାଭାବରେ କହିବାକୁ ଗଲେ ଏହା ହେଉଛି କେନ୍ଦ୍ର ସରକାରଙ୍କ ବିଫଳତା’ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ରାଷ୍ଟ୍ରପତି ଏବେ ନିଜ କ୍ଷମତାକୁ ବ୍ୟବହାର କରନ୍ତୁ । କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ରାଜଧର୍ମ ରକ୍ଷା କରିବା ପାଇଁ ତାଙ୍କୁ ପରାମର୍ଶ ଦିଅନ୍ତୁ’ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking