30.1 C
Bhubaneswar
Wednesday, April 24, 2024
Homeଓଡିଶାବ୍ଳକ ସ୍ତରୀୟ କୋଶଲିଆ ମାଲି ସମାଜର ଜରୁରୀ କାଳୀନ ବୈଠକ

ବ୍ଳକ ସ୍ତରୀୟ କୋଶଲିଆ ମାଲି ସମାଜର ଜରୁରୀ କାଳୀନ ବୈଠକ

ବୀରମହାରାଜପୁର : ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ମୁର୍ଷୁଣ୍ଢି ହରିହର ଆଶ୍ରମ ଠାରେ ଆଜି ବୀରମହାରାଜପୁର ମଣ୍ତଳ ସ୍ତରୀୟ କୋଶଲିଆ ମାଳି ସମାଜର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ଯକ୍ରମରେ ଜିଲ୍ଲା ସଭାପତି ଶିକ୍ଷାବିତ ତଥା ସଂସୃତି ଗବେଷକ ଡଃ.ଅନିରୁଦ୍ଧ କୁରୁକୁରିଆ ମୁଖ୍ଯ ଅତିଥି,ଜିଲ୍ଲା ସମ୍ପାଦକ ନିରଞ୍ଜନ ପୁଟେଲ,ହରିଶ୍ଚନ୍ଦ୍ର ପୁଟେଲ(ଘଣ୍ଟାପାଲି ଅଞ୍ଚଳ ସଭାପତି) ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। କାର୍ଯ୍ଯକ୍ରମରେ ବୀରମହାରାଜପୁର ଅଞ୍ଚଳ ସଭାପତି ଗଣେଶ ବାଘ ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ଯୁବ ସଭାପତି ବିଦ୍ଯାଧର ଖୁର୍ଡିଆ ସଭାପରିଚାଳନା କରିଥିଲେ।

ସଭାରେ ପଞ୍ଚାୟତ ସ୍ତରୀୟ କମିଟି ଗଠନ କରାଯିବା ସହ ସମାଜର ବିଭିନ୍ନ ସମସ୍ଯାକୁ ନେଇ ଆଲୋଚନା ହୋଇଥିଲା।କାର୍ଯ୍ୟକ୍ରମରେ ବୀରମହାରାଜପୁର ଅଞ୍ଚଳ ସମ୍ପାଦକ ଜୟକୃଷ୍ଣ ଖୁର୍ଡିଆ,ସହ ସମ୍ପାଦକ ସପ୍ନେଶ୍ୱର ବାଘ,ବିଶ୍ୱାମିତ୍ର କୁରୁକୁରିଆ(କୋଷାଧ୍ଯକ୍ଷ),ମୁନୁ ଗୁଦୁରିଆ,ଚତୁର୍ଭୁଜ ପୁଟେଲ,ନବଘନ ଗୁଦୁରିଆ,କମଲ ଗୁଦୁରିଆ,ଘନଶ୍ଯାମ ବାରକୁଟିଆ,ପ୍ରତାପ ସମର୍ଥ,ଅଶୋକ ବାଘ,ଆର୍ତ୍ତତ୍ରାଣ ଖୁର୍ଡିଆ,ସଞ୍ଜିବ ଗୁଦୁରିଆ ପ୍ରମୁଖଙ୍କ ସହ ବହୁ ସଂଖ୍ଯାରେ କୋଶଲିଆ ମାଳି ସମାଜର ଭାଇ,ବନ୍ଧୁ ଉପସ୍ଥିତ ରହିଥିଲେ।ସଭା ଶେଷରେ ସପ୍ନେଶ୍ୱର ବାଘ ଧନ୍ଯବାଦ ଅର୍ପଣ କରିଥିଲେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking