27.1 C
Bhubaneswar
Friday, March 29, 2024
Homeଓଡିଶାମଦ ପାଇଁ ଟଙ୍କା ନଦେବାରୁ ମା’କୁ ମାଡ଼ ମାରି ପୁଅ ଗିରଫ

ମଦ ପାଇଁ ଟଙ୍କା ନଦେବାରୁ ମା’କୁ ମାଡ଼ ମାରି ପୁଅ ଗିରଫ

ଭୁବନେଶ୍ୱର : ମଦ ପିଇବାକୁ ଟଙ୍କା ନଦେବାରୁ ନିଜ ମା’କୁ ମାଡ ମାରି ଗିରଫ ହୋଇଛି ପୁଅ । ତାରସିଂ ଗ୍ରାମର ସୁଶିଲ କୁମାର ଦାଶଙ୍କ ସାନ ପୁଅ ଅକ୍ଷୟ ଦାଶ ମଦ ପାଇଁ ଟଙ୍କା ବୃଦ୍ଧା ମା’ ଝୁନୁକୁ ମାଗିଥିଲେ । ସୁଶିଲଙ୍କ ଜୀବନ ବୀମା ରାଶି ଅର୍ଥ ପାଇଥିଲେ ସ୍ତ୍ରୀ ଝୁନୁ । ଏହି ଟଙ୍କାରୁ କିଛି ଘର କାମରେ ଲଗାଇଥିବା ବେଳେ ଆଉ କିଛି ଟଙ୍କା ସାନ ପୁଅ ଅକ୍ଷୟକୁ ଦେଇଥିଲେ ଏକ ମୋବାଇଲ୍ ଦୋକାନ କରିବା ପାଇଁ । ସେହି ଦୋକାନଟି କିଛି ବର୍ଷ ଭଲରେ ଚାଲିଥିଲା । ବର୍ତ୍ତମାନ ଦୋକାନ କ୍ଷତିରେ ଚାଲିବାରୁ ଅର୍ଥର ଅଭାବ ପଡିଲା । ଏନେଇ ବୃଦ୍ଧା ମା’ଙ୍କୁ ବାରମ୍ବାର ଟଙ୍କା ମାଗି ଆସୁଥିଲା ପୁଅ । ସେହି ଟଙ୍କାରେ ଦୋକାନ ଜିନିଷ ନକିଣି ମଦ ପିଇ ଖର୍ଚ୍ଚ କରିଚାଲିଲା ପୁଅ । ଅଧିକାଂଶ ସମୟରେ ମା’ଙ୍କୁ ମାଡମାରିବା ସହ ଗାଳିଗୁଲଜ କରି ଆସୁଥିଲା । ମଙ୍ଗଳବାର ରାତିରେ ଅକ୍ଷୟ ମାକୁ ମଦ ପିଇବା ପାଇଁ ଟଙ୍କା ମାଗିଥିଲା । ମା’ ଟଙ୍କା ଦେଇନଥିଲେ । ଫଳରେ ପୁଅ ଉତ୍ତ୍ୟକ୍ତ ହୋଇ ମା’ଙ୍କୁ ମାଡମାରିବା ସହ ଜୀବନରେ ମାରିଦେବା ପାଇଁ ଉଦ୍ୟମ କରିଥିଲା । ଘଟଣାସ୍ଥଳରୁ କୌଶଳ କ୍ରମେ ମା’ ଖସିଆସି ତାରସିଂ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁ କରି ଅକ୍ଷୟକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ପ୍ରଦୀପ୍ତ କୁମାର ଦାଶ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking