27.1 C
Bhubaneswar
Thursday, April 25, 2024
Homeଅପରାଧପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ବାରିପଦା : ଦିନ କୁ ଦିନ ହତ୍ୟା ଭଳି ଅପରାଧ ଯେମିତି ନିତିଦିନିଆ ଘଟଣା ହୋଇଗଲାଣି । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ରଙ୍ଗଜାମ୍ ଗାଁରେ। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ପୁଅର ଟାଙ୍ଗିଆ ଚୋଟରେ ବାପାଙ୍କର ମୃତ୍ୟୁ ହୋଇଛି।
ସୂଚନା ଅନୁସାରେ  ଆଜି ସକାଳେ କୌଣସି କଥାକୁ ଉଭୟ ବାପା ପୁଅ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପୁଅ ରମେଶ ଏକ ଟାଙ୍ଗିଆ ସାହାଯ୍ୟରେ ବାପା ରାବଣ ସୋରେନ। କୁ ଅତି ନୃଶଂସ ଭାବରେ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ରାସଗୋବିନ୍ଦପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ହତ୍ୟାରେ ବ୍ୟବହୃତ ହୋଇଥିବା ଟାଙ୍ଗିଆକୁ ଜବତ କରିଛି ଓ ଘଟଣାର ଅଧିକ ତଦନ୍ତ କରୁଛି। ଅଭିଯୁକ୍ତ ପୁଅ ରମେଶ ସୋରେନକୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି।
https://onakhabar.com/2020/02/14/kiss-abasika-bidyalaya/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking