40.1 C
Bhubaneswar
Thursday, April 25, 2024
Homeଅପରାଧବାପାକୁ ଠେଙ୍ଗାରେ ପିଟି ମାରି ଦେଲା ପୁଅ

ବାପାକୁ ଠେଙ୍ଗାରେ ପିଟି ମାରି ଦେଲା ପୁଅ

ରାଇରଙ୍ଗପୁର : ଦିନକୁ ଦିନ ମାନବିକତା କମିବାକୁ ଲାଗିଥିବା ବେଳେ ମୟୁରଭଞ୍ଜରେ ଦେଖିବାକୁ ମିଳିଛି ଏକ ଅମାନବିକ ଘଟଣା ।ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଡୋଭା ଗାଁରେ ଜଣେ ବ୍ୟକ୍ତି ନିଜ ବାପାକୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଗୋପାଳ ନାଏକ। ପୁଲିସ୍‌ ଅଭିଯୁକ୍ତ ପୁଅ ଜିତେନ ନାଏକଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ , ଗତକାଲି ଗୋପାଳ ଓ ତାଙ୍କ ପୁଅ ଜିତେନଙ୍କ ମଧ୍ୟରେ ଘର କଥାକୁ ନେଇ ଝଗଡ଼ା ହୋଇଥିଲା। ଝଗଡ଼ା ଚାଲିଥିବା ବେଳେ ଜିତେନ ଉତ୍‌କ୍ଷିପ୍ତ ହୋଇଯାଇଥିଲେ ଓ ଘରେ ଥିବା ଏକ ଠେଙ୍ଗା ଆଣି ଗୋପାଳଙ୍କୁ ପିଟି ପିଟି ହତ୍ୟା କରିଥିଲେ।ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଆଜି ସକାଳେ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଜିତେନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ବାଦାମପାହାଡ଼ ଥାନା ଅଧିକାରୀ ଦେବାଶିଷ ଶତପଥୀ କହିଛନ୍ତି।
https://onakhabar.com/2020/02/22/wood-van-siezed/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking