29.1 C
Bhubaneswar
Thursday, April 25, 2024
Homeଅପରାଧଟଙ୍କା ନଦେବାରୁ ମା’କୁ ହତ୍ୟାକଲା ପୁଅ

ଟଙ୍କା ନଦେବାରୁ ମା’କୁ ହତ୍ୟାକଲା ପୁଅ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡିଆ ବିଟ ହାଉସ ନିକଟସ୍ଥ ଦେହୁରୀ ସାହି ଗ୍ରାମରେ ଟଙ୍କା ନଦେବାରୁ ମା’କୁ ପିଟିପିଟି ହତ୍ୟା କରିଛି ପୁଅ । ମୃତ ମହିଳା ହେଲେ ଅବସରପ୍ରାପ୍ତ ଏଏନ୍‌ଏମ୍ ବୀଣାପାଣି ଦାଶ । ପ୍ରକାଶ ଯେ, ବାଗଡିଆ ପୋଷ୍ଟ ଅଫିସ ନିକଟସ୍ଥ ଦେହୁରୀ ସାହିରେ ବୀଣାପାଣି ପରିବାର ସହ ରହି ଆସୁଥିଲେ । ସ୍ୱାମୀଙ୍କ ମୃତ୍ୟୁପରେ ସାନପୁଅ ତୁଷାରକାନ୍ତ ଦେହୁରୀ ସହିତ ରହୁଥିବାବେଳେ ଟଙ୍କା ପାଇଁ ପୁଅ ତାଙ୍କୁ ଅନେକ ସମୟରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ନିସ୍ତୁକ ମାରପିଟ କରୁଥିଲେ । ରବିବାର ମଧ୍ୟ ତୁଷାର ମା’ଙ୍କୁ ଟଙ୍କା ମାଗିଥିଲେ । ବୀଣାପାଣି ଟଙ୍କା ନଦେବାରୁ ଘରେ କବାଟ ଦେଇ ମା’କୁ ମାଡ଼ ମାରିଥିଲେ । ତେବେ ସକାଳୁ ବୀଣାଙ୍କ ମୃତଦେହ ଅଗଣାରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ଖବରପାଇ ବାଗଡିଆ ବିଟ ହାଉସ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିଥିଲା । ମା’ର ମୃତ୍ୟୁପରେ ପୁଅ ତୁଷାରକାନ୍ତ ଫେରାର୍ ହୋଇଯାଇଥିଲା । ପୁଲିସ ମୋବାଇଲ୍ ଟ୍ରାକ କରି ତୁଷାରଙ୍କୁ ଦେବଗଡ଼ ଛକରୁ କାବୁକରି ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking