34.1 C
Bhubaneswar
Friday, March 29, 2024
Homeଅପରାଧରାଜଧାନୀରେ ଚାଞ୍ଚଲ୍ୟ : ମା’କୁ ହତ୍ୟା କରି ପୋଡିଦେଲା ପୁଅ, ଅଧାପୋଡ଼ା ଶବ ଉଦ୍ଧାର

ରାଜଧାନୀରେ ଚାଞ୍ଚଲ୍ୟ : ମା’କୁ ହତ୍ୟା କରି ପୋଡିଦେଲା ପୁଅ, ଅଧାପୋଡ଼ା ଶବ ଉଦ୍ଧାର

ଭୁବନେଶ୍ୱର:  ରାଜଧାନୀରେ ଏକ ଭୟାନକ ଘଟଣା ଦେଖିବାକୁ ମିଳିଛି । ନିଜ ଜନ୍ମକଲା ମା’କୁ ପୁଅ ହତ୍ୟା କରି ପୋଡ଼ିଦେଇଛି । ଘଟଣାସ୍ଥଳେ ପୁଲିସ ପହଞ୍ଚି ମହିଳାଙ୍କ ଅଧାପୋଡ଼ା ଶବ ଉଦ୍ଧାର କରି ଜବତ କରିଛି । ଏଥିସହ ଜହ୍ଲାଦ ପୁଅକୁ କାବୁ କରି ପୁଲିସ ଅଟକ ରଖିଛି । ଏଭଳି ଘଟଣା ବଡ଼ଗଡ ଥାନା ଅନ୍ତର୍ଗତ କଳିଙ୍ଗବସ୍ତିରେ ଦେଖିବାକୁ ମିଳିଛି । ମୃତ ମହିଳା ଜଣକ ହେଲେ ରଶ୍ମିତା ଜେନା(୫୩)। ପୁଅର ଏଭଳି କାଣ୍ଡକୁ ନେଇ ରାଜଧାନୀରେ ଆତଙ୍କ ଖେଳିଯାଇଛି । ଏନେଇ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଏଥିସହ ଶବକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଦେଇଛି । ତେବେ ସାମାନ୍ୟ ଝଗଡ଼ାକୁ ନେଇ ମା’ ପ୍ରଶାନ୍ତ ହତ୍ୟା କରିଥିବା ଥାନାଧିକାରୀ ବିଶ୍ୱରଞ୍ଜନ ନାୟକ କହିଛନ୍ତି । ଅନ୍ୟପକ୍ଷେ ଏହି ଘଟଣା ପଛରେ ଆଉ କଣସବୁ କାରଣ ରହିଛି, ସେନେଇ ପୁଲିସ ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ସୁଜନପୁରର ବିଷ୍ଣୁଚରଣ ଜେନା ଦୀର୍ଘବର୍ଷ ହେବ ତାଙ୍କ ପରିବାର ନେଇ ବଡଗଡ ଥାନା କଳିଙ୍ଗ ବସ୍ତିରେ ରହିଆସୁଛନ୍ତି । ପତ୍ନୀ ରଶ୍ମିତା ଜେନାଙ୍କ ସହ ୩ପୁଅ ଗୋଟିଏ ଝିଅକୁ ନେଇ ସେ ରହୁଥିଲେ । କିଛିବର୍ଷ ତଳେ ଝିଅ ବାହା ହୋଇଯାଇଥିବାବେଳେ ସାନପୁଅ ବାହାହୋଇ ଅଲଗା ରହୁଛନ୍ତି । ଏଥିସହ ଅଭିଯୁକ୍ତ ପ୍ରଶାନ୍ତ ତଥା ବଡ଼ପୁଅ ଅବିବାହିତ ଥିଲେ । ବିଷ୍ଣୁଚରଣ ଡ୍ରାଇଭର ଭାବେ ପୂର୍ବରୁ କାମ କରୁଥିଲେ । ହେଲେ ବୟସ ହେବା ଯୋଗୁ ଏବେ ଗାଡ଼ି ଚଳାଇପାରୁନାହାନ୍ତି ।

ସେହିପରି ପ୍ରଶାନ୍ତ ମଧ୍ୟ ଡ୍ରାଇଭର ଭାବେ କାମ କରୁଥିଲେ । ହେଲେ ୨ରୁ ୩ବର୍ଷ ହେବ ପ୍ରଶାନ୍ତ କାମଧନ୍ଦା ନକରି ଘରେ ବସି ରହୁଛନ୍ତି । ଯେଉଁଥିପାଇଁ ଘରେ ସବୁବେଳେ ଝଗଡ଼ା ହେଉଥିଲା । ମଝିଆ ପୁଅଙ୍କ ରୋଜଗାର ଟଙ୍କାରେ ଘରେ ଚଳୁଥିଲା । କାମଧନ୍ଦା ନଥିବାରୁ ପ୍ରଶାନ୍ତଙ୍କ ମାନସିକ ସ୍ଥିତି ବିଗିଡ଼ିଯାଇଥିଲା । ଏମିତିକି ମଝିରେ ମଝିରେ ଘର ଛାଡ଼ି ପଳାଇଯାଉ ପୁଣି ଫେରିଆସୁଥିଲେ ।
ରବିବାର ମଧ୍ୟାହ୍ନରେ ପ୍ରଶାନ୍ତ ଘରେ ଟଙ୍କା ମାଗିଥିଲେ । ହେଲେ ତାଙ୍କ ମା ଟଙ୍କା ଦେଇନଥିଲେ । ମା ଟଙ୍କା ନଦେବାରୁ ସେ ତାଙ୍କୁ ଧକ୍କା ମାରିଥିଲେ । ଯେଉଁଥିପାଇଁ ଘରେ ଝଗଡା ହୋଇଥିଲା ।  ଏହାପରେ ସେ ରାଗିକି ଘରେ ଖାଉନଥିଲେ ।

ମଙ୍ଗଳବାର ସନ୍ଧ୍ୟା ବେଳେ ପ୍ରଶାନ୍ତ ମା’ଙ୍କୁ କିଛି ଟଙ୍କା ମାଗିବା ସହ ଖାଇବାକୁ ମାଗିଥିଲେ । ହେଲେ ମା’ ମନା କରିଦେବାରୁ ରାଗି ଯାଇ ପ୍ରଶାନ୍ତ ଡିସ୍‌ଟିଭି ଆନ୍ଟିନାରେ ଲାଗିଥିବା ରଡ୍‌ରେ ପିଟି ଦେଇଥିଲେ । ଯାହାଫଳରେ ରଶ୍ମିତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ ସେ ତଳେ ପଡ଼ିଯାଇଥିଲେ । ଘଟଣାସ୍ଥଳେ ହିଁ ରଶ୍ମିତାଙ୍କ ମୃତ୍ୟୁ ହୋଇଯାଇଥିଲା । ଏହାଦେଖି ପ୍ରଶାନ୍ତ ଭୟଭିତ ହୋଇପଡିଥିଲେ । ପରେ ମା’ ଦେହ ଉପରେ ଘରେ ଥିବା ଲୁଗାପଟାକୁ ପକାଇ କିରୋସିିନି ଢ଼ାଳି ନିଆଁ ଲଗାଇ ଦେଇଥିଲଲେ ।

ଘର ଭିତରୁ ଧୁଆଁ ବାହାରୁଥିବା ଦେଖି ମଝିଆ ପୁଅ ଭିତରକୁ ଯାଇଥିଲେ ।  ସେ ଯିବାବେଳକୁ ରଶ୍ମିତାଙ୍କ ଶରୀରର ୫୦ପ୍ରତିଶତ ପୋଡି ଯାଇଥିଲା । ପଡୋଶୀମାନେ ଏଭଳି ଦୃଶ୍ୟ ଦେଖି ବଡଗଡ ଥାନାକୁ ଫୋନ କରିଥିଲେ । ଖବର ପାଇ ବଡଗଡ ଥାନା ଅଧିକାରୀ ଏବଂ ସାଇନ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହନ୍‌ଚିଥିଲେ । ରଶ୍ମିତାଙ୍କ ଅଧାପୋଡା ମୃତଦେହକୁ ପୁଲିସ ଜବତ କରିବା ସହ ହତ୍ୟାକାରୀ ଜହ୍ଲାଦ ପୁଅକୁ ପୁଲିସ ଅଟକ ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking