33.1 C
Bhubaneswar
Thursday, April 25, 2024
Homeଅପରାଧପୁଅର ଟାଙ୍ଗିଆ ଚୋଟରେ ବାପା ମୃତ, ପୁଲିସ ଜବତକଲା ଅର୍ଦ୍ଦଦଗ୍ଧ ମୃତଦେହ

ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ, ପୁଲିସ ଜବତକଲା ଅର୍ଦ୍ଦଦଗ୍ଧ ମୃତଦେହ

ଦେବଗଡ଼  ‌: ବାରକୋଟ ଥାନା ଅନ୍ତର୍ଗତ ଝରାକଣ୍ଢଳ ଗ୍ରାମରେ ନାବାଳକ ପୁଅର ଟାଙ୍ଗିଆ ଚୋଟରେ ବାପାଙ୍କ ମୃତ୍ୟୁ ହୋଇଛି । ଉକ୍ତ ମୃତଦେହକୁ ପୋଡ଼ି ଦେଉଥିବା ସମୟରେ ପୁଲିସ ସୂଚନା ପାଇଁ ଅର୍ଦ୍ଦଦଗ୍ଧ ମୃତଦେହ ଜବତ କରିବା ସହ ୨ ନାବାଳକଙ୍କୁ ଅଟକ ରଖିଛି । ଅନ୍ୟ ପକ୍ଷରେ ଢେଙ୍କାନାଳ ଜିଲ୍ଲାରୁ ସାଇଣ୍ଟିଫିକ ଟିମ୍‌କୁ ଡକାଯାଇଥିବା ବେଳେ ଘଟଣାସ୍ଥଳରେ ଏସ୍‌ଡିପିଓ ସୁଲେମାନ ଏକ୍କାଙ୍କ ସମେତ ବାରକୋଟ ଥାନା ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ସୂଚନା ଅନୁଯାୟୀ ଝରାକଣ୍ଡଳ ଗ୍ରାମର ବେଣୁଧର କିସାନ (୪୫) ଅନ୍ୟ ଦିନ ମାନଙ୍କ ଭଳି ଗତକାଲି ସନ୍ଧ୍ୟା ପ୍ରାୟ ୮ଟା ବେଳେ ନିଶାସକ୍ତ ଅବସ୍ଥାରେ ନିଜ ସ୍ତ୍ରୀ ସହ ପାଟି ତୁଣ୍ଡ କରି ଅଶ୍ଳୀଳ ଗାଳି ଗୁଲଜ କରିଥିଲେ । ଏହା ଦେଖି ଘରେ ଥିବା ବଡ଼ ପୁଅ (୧୬) ସାନ ପୁଅ (୧୨) ନିଜ ବାପା ବେଣୁଙ୍କୁ ଗଣ୍ଡଗୋଳ ନ କରିବାକୁ ଅନୁରୋଧ କରିଥିଲେ । ଏହି ସମୟରେ ବେଣୁ ନିଜ ସ୍ତ୍ରୀକୁ ପୁଅ ସହ ଅନୈତିକ ସମ୍ପର୍କ ଥିବା କହିବାରୁ ବଡ଼ ପୁଅ (୧୬) ଉତକ୍ଷିପ୍ତ ହୋଇ ଘରେ ଥିବା ଏକ ଟାଙ୍ଗିଆ ସାହାଯ୍ୟରେ ବେଣୁକୁ ଆକ୍ରମଣ କରିଥିଲେ । ଫଳରେ ବେଣୁ ଗୁରୁତର ହୋଇ ପଡିବାରୁ ଅନ୍ୟ କେତେକ ସମ୍ପର୍କୀୟଙ୍କ ସହାୟତାରେ ବଣାଇଁ ଡାକ୍ତରଖାନାରେ ଗଛରୁ ପଡି ଯାଇଥିବା ଦର୍ଶାଇ ବେଣୁଙ୍କୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ଆଇଜିଏଚକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା । ଆଜି ସକାଳେ ବେଣୁଙ୍କ ମୃତଦେହକୁ ଗ୍ରାମ ନିକଟ ନଦୀ ପଠାରେ ପୋଡ଼ା ଯାଉଥିବା ବେଳେ ସୂଚନା ପାଇ ବାରକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଅର୍ଦ୍ଧଦଗ୍ଧ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଖବର ଲେଖା ଯିବା ପର୍ଯ୍ୟନ୍ତ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ôଚ ନ ଥିବା ବେଳେ ବାରକୋଟ ଥାନା ପୁଲିସ ଉକ୍ତ ମୃତଦେହକୁ ଜଗି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking