39.8 C
Bhubaneswar
Thursday, April 18, 2024
Homeଅପରାଧପୁଅର ଠେଙ୍ଗାମାଡ଼ରେ ଚାଲିଗଲା ବାପାଙ୍କ ଜୀବନ

ପୁଅର ଠେଙ୍ଗାମାଡ଼ରେ ଚାଲିଗଲା ବାପାଙ୍କ ଜୀବନ

ମୁନିଗୁଡ଼ା : ପୁଅର ଠେଙ୍ଗାମାଡ଼ରେ ବାପାର ମୃତ୍ୟୁ ଘଟିଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଥାନା ହନୁମନ୍ତପୁର ପଞ୍ଚାୟତର ଉହାପୁଚି ଗାଁରେ। ମୃତକଙ୍କ ନାଁ ଲଙ୍ଗେସା ହିକବାଡ଼ିକା। ଅଭିଯୁକ୍ତର ନାଁ ବଦ ହିକବାଡ଼ିକା।
ସୂଚନା ଅନୁଯାୟୀ, ଜାନୁଆରୀ ୧୦ ତାରିଖରେ ପାରିବାରିକ କଳହକୁ ନେଇ ଲଙ୍ଗେସା ଓ ବଦଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ନିକଟରେ ପଡ଼ିଥିବା ଏକ ଠେଙ୍ଗାରେ ଲଙ୍ଗେସାଙ୍କୁ ଆକ୍ରମଣ କରିଥିଲେ ବଦ। ସେ ତାଙ୍କ ମୁଣ୍ଡରେ ପ୍ରହାର କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଲଙ୍ଗେସାଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ଏଥିସହ ଏକ ହତ୍ୟା ମାମଲା ରୁଜୁ କରି ଶନିବାର ବଦକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
https://onakhabar.com/2020/01/11/two-died-in-road-accident-2/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking