ବାପ। ,ମା’ଙ୍କୁ ବନ୍ଦ କୋଠରୀରେ ୫ ବର୍ଷ ବନ୍ଦୀ ରଖିଲା ପୁଅ

ଝାରଖଣ୍ଡ:ଝାରଖଣ୍ଡ ବୋକାରୋ ଜିଲ୍ଲା ଭାଲଡ଼ିହ ଠାରେ ଜଣେ ପୁଅ ତାଙ୍କ ମା’ ବାପାଙ୍କ ସହ ଏପରି କାର୍ଯ୍ୟ କରିଛି ଯାହା ଅତ୍ୟନ୍ତ ଦୁଖଃଦାୟକ । ଅନ୍ୟ ଜାତିରେ ବିବାହ କିରିଥିବା ପୁଅର ସମର୍ଥନ କରିଥିବା ବାପା ମା’ ଙ୍କୁ ପଞ୍ଚାୟତର ନିର୍ଦ୍ଦେଶ ଅନୁସାରେ ଘର ଭିତରେ ବନ୍ଦ କରିଦେଇଥିଲ । ଏବଂ ଖାଇବା ପିଇବାକୁ ମଧ୍ୟ ଠିକ୍‌ସେ ଦଉନଥିଲ । ।
ଭାଲଡ଼ିହ ଥାନାର ସମ୍ଭୁ ମେହେତା ବୋକାରୋ ଷ୍ଟିଲ୍ ପ୍ଲାଣ୍ଟରେ ଅବସର ପ୍ରାପ୍ତ କର୍ମଚାରୀ ଥିଲେ ଓ ନିଜର ପତ୍ନୀ ,୪ ଅୁଅ ଓ ଗୋଟିଏ ଝିଅଙ୍କ ସହ ରହୁଥିଲେ । ସାନ ପୁଅ ସୋନୁ କୁମାରଙ୍କ ଜଣେ ଅନ୍ୟ ଜାତିିର ଝିଅକୁ ବିବାହ କରିବା ପରେ ଗ୍ରାମବାସୀ ଏହାର ବିରୋଧ କରିଥିଲେ । ଏହାକୁ କେନ୍ଦ୍ରକରି ୨୦୧୪ରେ ଏକ ପଞ୍ଚୟତ ଡ଼କାଯାଇଥିଲା । ଏଥିରେ ଯୋଗ ଦେଇଥିବା ମୁଖିଆ ବ୍ୟକ୍ତି ମାନେ ନିଷ୍ପତି ନେଇଥିଲେ ଯେ ମେହେତା ପରିବାରକୁ ଗ୍ରାମରୁ ବାସନ୍ଦ କରିଦିଆଯାଉ ।
ଓ ଯେଉଁ ମାନେ ତାଙ୍କ ସହ ସର୍ମ୍ପକ ରଖିବେ ତାଙ୍କୁ ମଧ୍ୟ ଗ୍ରାମରୁ ବାସନ୍ଦ କରାଯିବ । ଏହା ଶୁଣି ସମ୍ଭୁ ମେହେତାଙ୍କ ୩ ପୁଅ ତାଙ୍କଠୁ ଅଲଗା ହୋଇଗଲେ ଓ ସେମାନେ ସାନ ପୁଅ ସୋନୁ ସହ ରହିବାକୁ ଲାଗିଲେ । ପରେ ସାନ ପୁଅ ସୋନୁ ନିଜ ବାପା ମା’ ଙ୍କୁ ଗୋଟିଏ କୋଠରିରେ ୫ ବର୍ଷ ଯାଏଁ ବନ୍ଦ କରିଦେଇଥିଲ । ପରେ ବାପାଙ୍କୁ ପାରାଲିସିସ ହେବା ସହ ମା ମଧ୍ୟ ଶେଷ ନିଶ୍ୱାସ ନେଉଥିଲେ । ଏହି ଖବାର ପାଇ ସମ୍ଭୁ ମେହେତାଙ୍କ ଝିଅ ପୋଲିସକୁ ଖବର ଦେଇଥିଲ । ପୋଲିସ ଆସି ସମ୍ଭୁ ମେହେତା ଓ ତାଙ୍କ ପତ୍ନୀଙ୍କୁ ଉଦ୍ଧାର କରିଥିଲ ।

LEAVE A REPLY

Please enter your comment!
Please enter your name here