ଶ୍ୱଶୁର ଘରେ ଜ୍ୱାଇଁକୁ ଭୂଜାଲିରେ ଆକ୍ରମଣ 

ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ ଝାଙ୍କରପଡା ଗ୍ରାମରେ ବିବାହିତ ଶାଳୀର ପାରିବାରିକ ସମସ୍ୟାର ସମାଧାନ କରିବାକୁ ଶ୍ୱଶୁର ଘରକୁ ଯାଇଥିବା ଜ୍ୱାଇଁକୁ ବିଳମ୍ବିତ ରାତିରେ ୩ଜଣ ଦୁର୍ବୃତ୍ତ ଏକ ମୋଟର ସାଇକେଲରେ ଆସି, ଜ୍ୱାଇଁକୁ ଘରୁ ଟାଣି ଆଣି ଭୂଜାଲିରେ ଆକ୍ରମଣ କରିଥିଲେ । ପରିବାରର ଓ ଗାଁ ଲୋକେ ଆସିଯିବାରୁ ମୋଟର ସାଇକେଲ , ଭୂଜାଲି ଛାଡି ଚମ୍ପଟ ମାରିଥିଲେ ତିନି ଜଣ ଦୁର୍ବୃତ୍ତ । ଗୁରୁତର ଆହତ ଅବସ୍ଥାରେ ପ୍ରଥମେ ରେଢ଼ାଖୋଲ ମେଡିକାଲ ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ରେଢ଼ାଖୋଲ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି, ଭୁଜାଲି ଜବତ୍ କରି ତଦନ୍ତ ଆରମ୍ଭ କରିଛି । ରେଢ଼ାଖୋଲ ଥାନା ଅନ୍ତର୍ଗତ ଝାଙ୍କରପଢା ଗାଁର ପୁଷ୍ପାଞ୍ଜଳି ସାହୁ କିଆକଟା ଥାନା ଧୁଡିଆପଢା ଗାଁ ରେ ବିବାହିତ କରିଥିଲେ । ସେଠାରେ ପାରିବାରିକ ସମସ୍ୟା ହେବାରୁ ସେ ୮ମାସ ହେବ ବାପ ଘରେ ଆସି ରହୁଥିଲେ । ଗତକାଲି ବୁଧବାର ବିବାହିତ ଶାଳୀ ପୁଷ୍ପାଞ୍ଜଳିର ସମସ୍ୟାର ସମାଧାନ ପାଇଁ ରତ୍ନାବଡମାଳ ଗାଁର ଜ୍ୱାଇଁ ପ୍ରେମାନନ୍ଦ ବେହେରା ଶ୍ୱଶୁର ଘର ଝାଙ୍କରପଡା ଗାଁକୁ ଯାଇଥିଲେ । ହେଲେ ବିଳମ୍ବିତ ରାତିରେ ଶୋଇଥିବା ବେଳେ ୩ଜଣ ଲୋକ ଆସି ଘରେ ପଶି ଅତର୍କିତ ଭାବେ ଭୂଜାଲିରେ ହାଣି ହତ୍ୟା ଉଦ୍ୟମ କରିଥିଲେ ।

LEAVE A REPLY

Please enter your comment!
Please enter your name here