43 C
Bhubaneswar
Tuesday, April 16, 2024
Homeଦେଶ ବିଦେଶନିଆରା ପ୍ରେମ କାହାଣୀ

ନିଆରା ପ୍ରେମ କାହାଣୀ

ନୂଆଦିଲ୍ଲୀ: କଥାରେ ଅଛି, ଯୋଡ଼ି ତ ଭଗବାନ୍ ବନାନ୍ତି । ପ୍ରେମ ଉପରେ କାହାର ବା ଜୋର୍ ଅଛି । ପ୍ରେମ ଅନ୍ଧ ବୋଲି କୁହାଯାଏ, କିନ୍ତୁ ଆଜିର ସମାଜରେ କିଛି ଯୁବପିଢ଼ିଙ୍କୁ ଦେଖି ଲାଗୁଛି କି, ପ୍ରେମ ଅନ୍ଧ ହେବା ସହ ମୂକ ଓ ବଧିର ବି ହୋଇଛି । କିଛି ଏପରି ଘଟଣା ପାକିସ୍ତାନରେ ଦେଖିବାକୁ ମିଳିଛି, ଯେଉଁଠାରେ ଏକ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କାହିଁକି ନା, ସେଠାରେ ୬୧ ବର୍ଷୀୟ ଶମଶାଦଙ୍କୁ ବିବାହ କରିଛନ୍ତି ୧୮ ବର୍ଷୀୟା ସୁନ୍ଦରୀ ଆଶିୟା , ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।ଏହି ନିଆରା ପ୍ରେମକାହାଣୀ ଏକ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ ପ୍ରାକ୍ ନ୍ୟୁଜ୍ ୦୦୭ରେ ପୋଷ୍ଟ ହେବା ପରେ ଏମିତି ଭାଇରାଲ ହେଲା ଯେ, ଏହାର ଚର୍ଚ୍ଚାର ପାକିସ୍ତାନ ସମେତ ସମଗ୍ର ଦୁନିଆରେ ହେବାରେ ଲାଗିଛି । ଖବର ମୁତାବକ, ରାଣା ଶମଶାଦ ରାୱଲପିଣ୍ଡରେ ରହୁଥିବା ବେଳେ ସେ ନିଜଠାରୁ ୪୩ ବର୍ଷ ସାନ ଆଶିୟାଙ୍କୁ ବିବାହ କରିଛନ୍ତି ।

ଦୁହିଁଙ୍କ ପ୍ରେମ କାହାଣୀ କେମିତି ଆରମ୍ଭ ହେଲା ବୋଲି ଜାଣିବାକୁ ସମସ୍ତଙ୍କ ଇଛା । ଏହି ବିଷୟରେ ଆଶିୟା କହିଥିଲେ ଯେ, ସମଗ୍ର ରାୱଲପିଣ୍ଡରେ ଗରିବ ଝିଅଙ୍କର ବାହାଘର କରାଉଥିଲେ ତାଙ୍କ ସ୍ୱାମୀ । ତାଙ୍କର ଏହି କାମ ଆଶିୟାଙ୍କୁ ଏତେ ଭଲ ଲାଗିଲା ଯେ ସେ ତାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ସେ ୨ଥର ତାଙ୍କୁ ଭେଟ କରିଥିଲେ ଓ ଗଳିର ଲୋକମାନେ ମଧ୍ୟ ତାଙ୍କ ବିଷୟରେ ଭଲ କଥା କହୁଥିଲେ । ଏହା ପରେ ସେ ତାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking