30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଲକ ଡାଉନ/ସଟ ଡାଉନ ଉପରେ ସାମୟିକ କୋହଳ

ଲକ ଡାଉନ/ସଟ ଡାଉନ ଉପରେ ସାମୟିକ କୋହଳ

ଭୁବନେଶ୍ୱର: ଗୋଟିଏ ପଟେ ଆଜି କେ୍‌ଦ୍ର ସରକାର ଅନଲକ-୪ ଗାଇଡ ଲାଇନ ଜାରି କରିଛନ୍ତି । ଏଥିରେ ଅନେକ କଟକଣା କୋହଳ ହୋଇଥିବା ବେଳେ ୧୦୦ ଲୋକ ଏକାଠି ହେବାକୁ ଅନୁମତି ମିଳିଛି । ମେଟ୍ରୋ ଚଳାଚଳ କୁ ମଧ୍ୟ ଅନୁମତି ମିଳିଛି । ଏହାକୁ ବାଦ୍ ଦେଲେ ରାଜ୍ୟ ସରକାର ମଧ୍ୟ ଲକ ଡାଉନ/ସଟ ଡାଉନ ଉପରେ ସାମୟିକ କୋହଳ କରିଛନ୍ତି  । ଅଗଷ୍ଟ ୩୦ ତାରିଖରୁ ସେପ୍ଟେମ୍ବର ୭ ଓ ସେପ୍ଟେମ୍ବର ୧୨ରୁ ୧୪ ଯାଏ ମନା ରହିଛି । ଜେଇଇ ଓ ନିଟ ପରୀକ୍ଷା ପାଇଁ ଲକ ଡାଉନ/ସଟ ଡାଉନ ଉପରେ ସାମୟିକ କୋହଳ ଲାଗୁ କରାଯାଇଛି । ପରୀକ୍ଷାର୍ଥୀ , ଅଭିଭାବକ, ପରୀକ୍ଷା କେନ୍ଦ୍ର ଷ୍ଟାଫଙ୍କ ପାଇଁ ଏହି କୋହଳ କରାଯାଇଛି । ଲକ ଡାଉନ/ସଟ ଡାଉନ ଉପରେ ସାମୟିକ କୋହଳ ନେଇ ଏସଆରସି ସୂଚନା ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking