19.1 C
Bhubaneswar
Sunday, January 23, 2022
Homeକରୋନାମାସ୍କ ଓ ଟିକାରୁ ମିଳିଲା ମୁକ୍ତି: ଏହି ଦେଶରେ ଲାଗୁ ହେଲା ନୂଆ ନିୟମ....

ମାସ୍କ ଓ ଟିକାରୁ ମିଳିଲା ମୁକ୍ତି: ଏହି ଦେଶରେ ଲାଗୁ ହେଲା ନୂଆ ନିୟମ….

ସ୍ପେନ୍ : କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ ସହ ପୁଣିଥରେ ଫେରିଛି କଟକଣା । ଏବେ ଭାରତରେ ଓମିକ୍ରନ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯିବା ସହ ସଟ୍‌ଡାଉନ୍‌, ଲକ୍‌ଡାଉନ୍ ପାଇଁ ସରକାର ଯୋଜନା କରୁଛନ୍ତି । କିନ୍ତୁ ୟୁରୋପୀୟ ଦେଶରେ ଏହାର ଓଲଟା ଦେଖିବାକୁ ମିଳିଛି । ସେଠାରେ ମାସ୍କ ଓ ଭ୍ୟାକ୍‌ସିନ୍‌ର ଅନିବାର୍ଯ୍ୟତାକୁ ନିକଟରେ ହଟାଇ ଦିଆଯାଇଛି । ସ୍ପେନ୍ ସରକାର କରୋନାକୁ ଏକ ସାଧାରଣ ଫ୍ଲୁ ବୋଲି ଘୋଷଣା କରିଛନ୍ତି । ଏଥିସହ ଲୋକଙ୍କୁ ଏହାକୁ ମାନିବାକୁ ଅପିଲ କରିଛନ୍ତି । କେବଳ ମାସ୍କ ନୁହେଁ, ସ୍ପେନ୍ ସରକାର କରୋନା ଟିକାର ଅନିବାର୍ଯ୍ୟତାକୁ ବି ହଟାଇ ଦେଇଛନ୍ତି । ସରକାରଙ୍କ କହିବାନୁସାରେ, କରୋନାର ଓମିକ୍ରନ୍ ଭ୍ୟାରିଆଣ୍ଟ ମହାମାରୀକୁ ଶେଷ ଆଡ଼କୁ ନେଇଯିବ । ଏହି ପ୍ରକ୍ରିୟା ଏବେ ଆରମ୍ଭ ହୋଇଗଲାଣି । ବ୍ରିଟେନ୍‌ର ଏଜୁକେସନ୍ ସେକ୍ରେଟାରୀ କହିଛନ୍ତି, ଏବେ ପାଣ୍ଡାମିକ୍ ଏଣ୍ଡାମିକ୍ ଆଡ଼କୁ ଗତି କରୁଛି । ଏକ୍ସପର୍ଟଙ୍କ ମୁତାବକ, ଓମିକ୍ରନ୍ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କର ହସ୍ପିଟାଲରେ ଆଡମିଟ୍ ହେବା ଆଶଙ୍କା କମ୍ ରହିଥାଏ । ଏଥିସହ ମୃତ୍ୟୁ ହାର ବି ଧୀରେ ଧୀରେ କମୁଛି । ଏଭଳି ସ୍ଥିତିରେ ସ୍ପେନ୍‌ର ପ୍ରଧାନମନ୍ତ୍ରୀ ପ୍ରେଡୋ ସାଞ୍ଚେଜ୍ ମହାମାରୀ କାଳରେ ଲାଗିଥିବା କଟକଣାକୁ ଉଠାଇ ସାଧାରଣ ଜନଜୀବନ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । ଅନ୍ୟପଟେ ଏବେ ଆୟର୍ଲାଣ୍ଡରେ ବି ସେଭଳି ଏକ ଅଜବ ନିୟମ ଲାଗୁ କରାଯାଇଛି । ଦେଶରେ କରୋନା ସଂକ୍ରମଣ ବଢ଼ୁଥିଲେ ବି ସରକାର ସ୍ୱେଚ୍ଛାକୃତ ଟିକାକରଣ ସିଷ୍ଟମ୍ ଲାଗୁ କରିବାକୁ କହିଛନ୍ତି । ସରକାର ଏବେ ଲୋକଙ୍କୁ ଟିକାକରଣ ମାମଲାରେ ଲୋକଙ୍କୁ ନିଷ୍ପତ୍ତି ନେବାର ଅଧିକାର ଦେବାକୁ ଚାହିଁଛନ୍ତି । ଦେଶରେ ଏବେ କାହାକୁ ବି ଜୋର ଜବରଦସ୍ତି ଟିକା ଦିଆଯିବ ନାହିଁ, ଯିଏ ଚାହିଁବ କେବଳ ତାକୁ ହିଁ ଟିକା ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking