29.1 C
Bhubaneswar
Friday, April 26, 2024
Homeଓଡିଶା୨୧ରେ ସୂର୍ଯ୍ୟପରାଗ, କାଲି ରାତିରୁ ପାକତ୍ୟାଗ

୨୧ରେ ସୂର୍ଯ୍ୟପରାଗ, କାଲି ରାତିରୁ ପାକତ୍ୟାଗ

ଭୁବନେଶ୍ୱର : ଆସନ୍ତା ୨୧ ତାରିଖରେ ପଡ଼ିବ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ତେବେ ଭାରତରେ ଏହି ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ। ପୂର୍ଣ୍ଣ ସୂର୍ଯ୍ୟ ପରାଗ ଉତ୍ତର ଭାରତର ଅଳ୍ପ କିଛି ଅଞ୍ଚଳରେ ଦୃଶ୍ୟମାନ ହେବ । ରାଜସ୍ଥାନ, ହରିୟାଣା, ଉତ୍ତରାଖଣ୍ଡ ରାଜ୍ୟରେ ପ୍ରାୟ ୧ ମିନିଟ ଧରି ବଳୟ ସୂର୍ଯ୍ୟ ପରାଗ ଦେଖାଯିବ । ଏହିସବୁ ଅଞ୍ଚଳକୁ ଛାଡ଼ି ଦେଲେ ଭାରତର ବାକି ସବୁ ଅଞ୍ଚଳରେ ଆଂଶିକ ପରାଗ ଦେଖାଯିବ ବୋଲି ସୂଚନା ମିଳିଛି । ଓଡ଼ିଶାରେ ମଧ୍ୟ ଏହି ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ । ଏହି ସୂର‌୍ୟ୍ୟପରାଗ ସାରା ଭାରତରେ ସକାଳ ୧୦ଟା ୨୦ ମିନିଟରେ ଆରମ୍ଭ ହୋଇ ଅପରାହ୍ନ ୨ଟା ୨୦ ମିନିଟରେ ଶେଷ ହେବ । ମଧ୍ୟାହ୍ନ ୧୨ଟା ୧୫ରୁ ୧୨ଟା ୩୦ ମିନିଟ ମଧ୍ୟରେ ସର୍ବାଧିକ ଗ୍ରାସ ଦୃଶ୍ୟମାନ ହେବ । ତେବେ ଭୁବନେଶ୍ୱରରେ ୧୦ଟା ୩୮ରୁ ଆରମ୍ଭ ହୋଇ ୨ଟା ୯ ମିନିଟରେ ଶେଷ ହେବ । ମିଳିଥିବା ସୂଚନା ଅନୁଯାୟୀ, ପରାଗର ୧୨ ଘଣ୍ଟା ପୂର୍ବରୁ ପାକତ୍ୟାଗ କରାଯିବ। ସମୟ ଜୁନ ୨୦ ରାତି ୧୦ଟାରୁ ପାକ ତ୍ୟାଗ କରାଯିବ । ଏହି ସୂର‌୍ୟ୍ୟପରାଗ ଆଫ୍ରିକା, ପାକିସ୍ତାନର ଦକ୍ଷିଣ ଭାଗ, ଉତ୍ତର ଭାରତ ଓ ଚୀନ ରେ  ଦେଖିବାକୁ ମିଳିବ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking