35.1 C
Bhubaneswar
Tuesday, April 23, 2024
Homeଓଡିଶାରକ୍ତ କର୍କଟରେ ଆକ୍ରାନ୍ତ ଶିଶୁକୁ ସହାୟତା

ରକ୍ତ କର୍କଟରେ ଆକ୍ରାନ୍ତ ଶିଶୁକୁ ସହାୟତା

ବରଗଡ଼ : ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ଶିଶୁର ଚିକିତ୍ସା ପାଇଁ ସହାୟତା ଯୋଗାଇଲେ ସମାଜସେବୀ ଗୀତା ମିଶ୍ର । ବରଗଡ଼ ଡେମ କଲୋନୀ ନିବାସୀ ଅଜୟ ଦୀପଙ୍କ ୫ ବର୍ଷର ପୁଅ ରୋହିତ ଦୀପ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୁମ୍ବାଇ ଟାଟା ମେମୋରିଅଲ ହସପିଟାଲରେ ଚିକିତ୍ସିତ ହେଉଛି । ତାର ଚିକିତ୍ସାରେ ଅର୍ଥ ପ୍ରତିବନ୍ଧକ ସାଜିଥିବା ବେଳେ ସରକାରୀ କିମ୍ବା ସହାୟତା ଯୋଗାଇଦେବାକୁ ପରିବାର ବର୍ଗ ଆକୁଳ ନିବେଦନ କରିଛନ୍ତି । ଯାହାକୁ ନେଇ ସମାଜସେବୀ ଶ୍ରୀମତୀ ମିଶ୍ର ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା ପାଇଁ ୫ ହଜାର ଟଙ୍କା ସହାୟତା କରିଛନ୍ତି । ଏହି କ୍ରମରେ ଶନିବାର ଶ୍ରୀମତୀ ମିଶ୍ର ଆକ୍ରାନ୍ତ ଶିଶୁଙ୍କ ପରିବାରବର୍ଗଙ୍କୁ ସହାୟତା ରାଶି ଯୋଗାଇଦେବା ସହ ରୋହିତଙ୍କ ଆରୋଗ୍ୟ କାମନା କରିଥିଲେ ।
ସୂଚନା ଅନୁଯାୟୀ, ବରଗଡ଼ ଡେମକଲୋନୀ ନିବାସୀ ଅଜୟ ଦୀପଙ୍କ ପୁଅ ରୋହିତ ସ୍ଥାନୀୟ ଏକ ଘରୋଇ ସ୍କୁଲର ଏଲକେଜିର ଛାତ୍ର । କିଛି ଦିନ ପୂର୍ବରୁ ତାକୁ ଜ୍ୱର ହେବାରୁ ପରିବାରବର୍ଗ ରୋହିତକୁ ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ରୋହିତର ଶରୀରରେ ରକ୍ତ କମ୍ ଥିବାରୁ ତାକୁ ରକ୍ତ ଦେବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ତେବେ ଜ୍ୱର କମୁ ନ ଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ବୁର୍ଲା ବଡ଼ ମେଡିକାଲ ସହ କଟକ ଓ ରାୟପୁରଠାରେ ଚିକିତ୍ସା କରିଥିଲେ । ରାୟପୁରରେ କିଛିଦିନ ଚିକିତ୍ସିତ ହେବା ପରେ ରୋହିତକୁ ମୁମ୍ବାଇକୁ ନିଆଯାଇଥିଲା । ସେଠାରେ ରୋହିତଙ୍କ ଚିକିତ୍ସା ଚାଲିଥିବା ବେଳେ ଏଥିପାଇଁ ବହୁ ଟଙ୍କାର ଆବଶ୍ୟକତା ରହିଛି । ଯାହାକୁ ନେଇ ସରକାରୀ ତଥା ବେସରକାରୀସ୍ତରରେ ସହାୟତା ଯୋଗାଇଦେବାକୁ ପରିବାରବର୍ଗ ନିବେଦନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking