40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶବାୟା କଲାଣି ସୋସିଆଲ ମିଡିଆ : କାହାକୁ କିଛି ନଜଣାଇ ଘରୁ ପଳାଇଲା ଝିଅ

ବାୟା କଲାଣି ସୋସିଆଲ ମିଡିଆ : କାହାକୁ କିଛି ନଜଣାଇ ଘରୁ ପଳାଇଲା ଝିଅ

କେନ୍ଦ୍ରାପଡ଼ା: ବାୟା କଲାଣି ସୋସିଆଲ ମିଡିଆ । ବର୍ତ୍ତମାନର ଯୁବପିଢ଼ିଙ୍କୁ ସୋସିଆଲ ମିଡିଆ ଫେସ୍‌ବୁକ୍ ଓ ଇନ୍‌ଷ୍ଟାଗ୍ରାମ୍ ଆଦି ବାୟା କରୁଛି । ଯାହାଫଳରେ ଅନେକ ଦୁର୍ଘଟଣା ମଧ୍ୟ ଘଟୁଛି । ସେମିତି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ାରେ । ଇନଷ୍ଟଗ୍ରାମରେ ବନ୍ଧୁତା କରି ଘରୁ ଖସି ପଳାଇ ଆସିଥିବା ଜଣେ ୧୨ ବର୍ଷୀୟ ଛାତ୍ରୀଙ୍କୁ ଉଦ୍ଧାର କରିଛି ପୋଲିସ । ଘରୁ ଆସିବାର ୧୦ ଘଣ୍ଟା ଭିତରେ କେନ୍ଦ୍ରାପଡା ପୋଲିସ ସମ୍ପୃକ୍ତ ଛାତ୍ରୀଙ୍କୁ ଉଦ୍ଧାର କରି ପରିବାର ଜିମାରେ ଦେଇଛି । କେନ୍ଦ୍ରାପଡ଼ା ଜଇପୁର ଅଞ୍ଚଳରେ ଏଭଳି ଘଟଣା ଘଟିଛି । ସୋସିଆଲ ଫଟୋ ସେୟାରିଂ ଆପ୍ ଇନଷ୍ଟାଗ୍ରାମରେ ବନ୍ଧୁତା ଏତେ ବାଟ ଆଗେଇ ଯାଇଥିଲା ଯେ ଘରେ ବାପା-ମାଆଙ୍କୁ ନଜଣାଇ ଛାତ୍ରୀ ଜଣକ ଏକାକୀ ବସ୍ ଯୋଗେ ବନ୍ଧୁଙ୍କ ପାଖକୁ ଚାଲିଯାଇଥିଲେ । ଘରେ ଝିଅକୁ ନ ପାଇ ପରିବାର ସଦସ୍ୟ ଥାନାରେ ଏତଲା ଦେଇଥିଲେ । ଡିଜିଟାଲ ଟ୍ରାକିଂ ଦ୍ୱାରା ପୋଲିସ ସମ୍ପୃକ୍ତ ଛାତ୍ରୀଙ୍କୁ ଧରିବାରେ ସମର୍ଥ ହୋଇଛି । ୧୦ ଘଣ୍ଟା ଭିତରେ କେନ୍ଦୁଝର ସୀମାନ୍ତ ଅଞ୍ଚଳରୁ ଉଦ୍ଧାର କରିଥିଲା ପୋଲିସ । ଏଥିରେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି, ସେ ସମ୍ପର୍କରେ ପୋଲିସ ଅଧିକ ତଦନ୍ତ ଚଳାଇଥିବା ଚାନ୍ଦୋଳ ଫାଣ୍ଡି ଏସ୍‌ଆଇ ସୌମ୍ୟରଞ୍ଜ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ସୋସିଆଲ ମିଡିଆ ନେଟ୍‌ୱାର୍କ ଇନ୍‌ଷ୍ଟାଗ୍ରାମ୍‌ରେ ଜଣେ ଛଦ୍ମବେଶୀ ଯୁବତୀ ବନ୍ଧୁଙ୍କ ସହ ଚିହ୍ନା ପରିଚିତ ହେବା ପରେ, ବନ୍ଧୁତା ସ୍ଥାପନ ହୋଇଥିଲା । ସମ୍ପର୍କ ଏତେ ବାଟ ଆଗେଇ ଯାଇଥିଲା ଯେ, ଘରେ ବାପାମାଙ୍କୁ ନ ଜଣାଇ ଏକାକୀ ବସ୍ ଯୋଗେ ବନ୍ଧୁଙ୍କ ପାଖକୁ ଚାଲିଯାଇଥିଲେ ଏହି ଛାତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking