33.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶସୋସିଆଲ ମିଡିଆ ମାନସିକ ସ୍ୱାସ୍ଥ ଉପରେ ପକାଇଥାଏ ପ୍ରଭାବ: ରିସର୍ଚ୍ଚରୁ ହେଲା ଏପରି ଖୁଲାସା…

ସୋସିଆଲ ମିଡିଆ ମାନସିକ ସ୍ୱାସ୍ଥ ଉପରେ ପକାଇଥାଏ ପ୍ରଭାବ: ରିସର୍ଚ୍ଚରୁ ହେଲା ଏପରି ଖୁଲାସା…

ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ସୋସିଆଲ ମିଡିଆ ବହୁଳ ମାତ୍ରାରରେ ବ୍ୟବହାର କରୁଛନ୍ତି । ପିଲାଙ୍କ ଠାରୁ ଆରମ୍ଭ କରି ସମସ୍ତ ବର୍ଗର ବ୍ୟକ୍ତି ଏହି ସୋସିଆଲ ମିଡିଆ ଉପରେ ନିର୍ଭର ଶୀଳ । ତେବେ ବ୍ୟାଙ୍କିଂ ସେବା ହେଉ ଅବା ସପିଙ୍ଗ କିମ୍ବା କାହା ସହ କଥା ସମସ୍ତ କାର୍ଯ୍ୟ ଏହି ସୋସିଆଲ ମିଡିଆ ମାଧ୍ୟମରେ ହୋଇ ପାରୁଛି । ତେବେ ଏହି ସୋସିଆଲ ମିଡିଆର ବ୍ୟବହାର ମଣିଷ ସମାଜକୁ ସତେ ଯେପରି ଗ୍ରାସ କରିଛି । ଏହାରି ମଧ୍ୟରେ ହୋଇଥିବା ଏକ ରିସର୍ଚ୍ଚରୁ ଏହା ଜଣାପଡିଛି ଯେ ଚାଇନା ପରେ ଭାରତରେ ସବୁଠାରୁ ଅଧିକ ମାତ୍ରାରେ ଏହି ସୋସିଆଲ ମିଡିଆ ବ୍ୟବହାର ହେଉଛି ।

ଭାରତରେ ଗୋଟିଏ ଦିନରେ ଜଣେ ବ୍ୟକ୍ତି ଅତିକମରେ ୩ରୁ ୪ ଘଣ୍ଟା କିମ୍ବା ତା ଠାରୁ ଅଧିକ ସମୟ ସୋସିଆଲ ମିଡିଆରେ ସମୟ ଅତିବାହିତ କରୁଛନ୍ତି । ଫଳରେ ଏହା ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଖୁବ ପ୍ରଭାବ ପକାଉଛି । ଯାହାଫଳେ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାର ମାନସିକ ସମସ୍ୟାର ଶିକାର ହେବା ସହିତ ପରରାଧ ମଧ୍ୟ କରୁଛନ୍ତି । ତେବେ ଏହି ସୋସିାଲ ମିଡିଆର ବ୍ୟବହାର ଆମ ମାନସିକ ସ୍ୱାସ୍ଥ୍ୟ ଉପରେ କପରି ପ୍ରଭାବ ପକାଇଥାଏ ଏବଂ ଏହାକୁ ନେଇ କଣ କହୁଛି ରିସର୍ଚ୍ଚ ଆସନ୍ତୁ ଜାଣିବା ।

ବିଶେଷଜ୍ଞମାନେ ତାଙ୍କର ଏହି ରିସର୍ଚ୍ଚରେ ୧୫୪ ଲୋକଙ୍କୁ ସାମିଲ କରିଥିଲେ ଯେଉଁଥିରେ ୧୮ ରୁ ୭୨ ବର୍ଷ ବୟସର ଲୋକଥିଲେ । ତେବେ ତାଙ୍କର ଏହି ରିସର୍ଚ୍ଚ ଅନୁଯାୟୀ ଯେଉଁମାନେ ସୋସିାଲ ମିଡିଆ ବ୍ୟହହାର କରୁଛନ୍ତି ସେମାନେ ଡିପ୍ରେସନ୍ ,ଏନଜାଇଟ୍ ପରି ଅନେକ ମାନସିକ ରୋଗର ଶିକାର ହୋଇଥାନ୍ତି । ଯାହାଫଳରେ ସେମାନେ କିଛି ଭୁଲ ପଦକ୍ଷେପ ନେଇଥାନ୍ତି କିମ୍ବା ଅପରାଧ କରିଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking