ପୂର୍ବତନ ଇଂଜିନିୟରଙ୍କ ପରଲୋକ

ଭୁବନେଶ୍ୱର : ଅବସରପ୍ରାପ୍ତ ଇଂଜିନିୟର ଶ୍ରୀ ବିଶ୍ୱନାଥ ପାଢ଼ୀଙ୍କର ଭୁବନେଶ୍ୱରର ଏକ
ଘରୋଇ ହସ୍ପିଟାଲ୍‌ରେ ୮୨ ବର୍ଷ ବୟସରେ ଗତ ମେ ୧୪ ତାରିଖ ଗୁରୁବାର ଦିନ ପରଲୋକ
ହୋଇଛି । ସେ ସ୍ଥାନୀୟ ଆଇ.ଆର.ସି ଭିଲେଜର ବାସିନ୍ଦା ଥିଲେ । ତାଙ୍କର ମୃତ୍ୟ ବେଳକୁ ତାଙ୍କର
ମୃତ୍ୟଶଯ୍ୟା ପାଖରେ ତାଙ୍କର ୪ ପୁତ୍ର ମଧ୍ୟରୁ ୩ ପୁତ୍ର, ୩ ପୁତ୍ରବଧୂ, ଝିଅ, ଜ୍ୱାଇଁ, ନାତି,
ନାତୁଣୀମାନେ ଉପସ୍ଥିତ ଥିଲେ । ତାଙ୍କର ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାର ଠାରେ ସମ୍ପନ୍ନ ହୋଇଅଛି ।
ତାଙ୍କର ଦ୍ୱତୀୟ ପୁତ୍ର ଶ୍ରୀ ସୌବିନ୍ଦ୍ର କୁମାର ପାଢ଼ୀ (ସୋଆ ବିଶ୍ୱବିଦ୍ୟାଳୟରେ ଯୋଜନା ଏବଂ
ପ୍ରଶାସନ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ) ମୁଖାଗ୍ନି ଦେଇଥିଲେ ।
ସ୍ୱର୍ଗତ ପାଢ଼ୀ ତାଙ୍କର ୩୫ ବର୍ଷ ଚାକିରିକାଳ ମଧ୍ୟରେ ବିଭିନ୍ନ ଜାତୀୟ ରାଜପଥର ସର୍ବାଙ୍ଗିନ ଉନ୍ନତି
ନିମନ୍ତେ ଚେଷ୍ଠିତ ଥିଲେ । ସେ ନିଜକୁ ବିଭିନ୍ନ ସମାଜ ସେବା କାର୍ଯ୍ୟରେ ମଧ୍ୟ ନିୟୋଜିତ କରିଥିଲେ ।
ତାଙ୍କର ଜୀବନକାଳ ମଧ୍ୟରେ ସ୍ଥାନୀୟ ବରମୁଣ୍ଡା କାଳୀ ମନ୍ଦିରର ସର୍ବାଙ୍ଗିନ ଉନ୍ନତି ନିମନ୍ତେ ଉଦ୍ୟମ
କରିଥିଲେ । ସେ ମଧ୍ୟ ଆଇ.ଆର.ସି ଭିଲେଜର ସ୍ପପ୍ନେଶ୍ୱର ସାଂସ୍କୃତିକ ପରିଷଦର ସକ୍ରିୟ ସଭ୍ୟ
ଥିଲେ ।
ସରକାରୀ ଚାକିରିରୁ ଅବସର ନେଲା ପରେ ଦୀର୍ଘ ଦୁଇ ଦଶନ୍ଧି ଧରି ଶ୍ରୀ ପାଢ଼ୀ ଓଡିଶାର ସର୍ବଶ୍ରେଷ୍ଠ
ଶିକ୍ଷାନୁଷ୍ଠାନ ସୋଆ ବିଶ୍ୱବିଦ୍ୟାଳୟର ବିଭିନ୍ନ ଛୋଟ ବଡ ନିର୍ମାଣ କାର୍ଯ୍ୟରେ ପ୍ରମୂଖ ଭୂମିକା ଗ୍ରହଣ
କରିଥିଲେ । ସଦା ସର୍ବଦା ତାଙ୍କର କାର୍ଯ୍ୟକାଳ ସମୟରେ ସେ ତାଙ୍କର ସହକର୍ମୀ ମାନଙ୍କ ସହିତ
ଅମାୟିକ ବ୍ୟବହାର ପ୍ରଦର୍ଶନ କରୁଥିଲେ । ତାଙ୍କର ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା
ଖେଳିଯାଇଛି ।