38.8 C
Bhubaneswar
Friday, April 19, 2024
Homeଓଡିଶାବିଶ୍ୱସ୍ତରୀୟ ଟାଇମ୍ସ ହାଇଅର ଏଡୁକେସନ ରଙ୍କୀଙ୍କରେ ସୋଆ ସ୍ଥାନିତ

ବିଶ୍ୱସ୍ତରୀୟ ଟାଇମ୍ସ ହାଇଅର ଏଡୁକେସନ ରଙ୍କୀଙ୍କରେ ସୋଆ ସ୍ଥାନିତ

ଭୁବନେଶ୍ୱର, : ସମ୍ନାନଜନକ ଟାଇମ୍ସ ହାଇଅର ଏଡୁକେସନ (ଟିଏଚଇ ) ୱାର୍ଲଡ ୟୁନିଭର୍ସିଟି ରାଙ୍କୀଙ୍ଗରେ କ୍ରମାଗତ ଦ୍ଵିତୀୟ ବର୍ଷ ଲାଗି ଇଞ୍ଜିନିଅରିଂ ଓ ଟେକ୍ନୋଲୋଜ୍ଜି ଏବଂ କମ୍ପ୍ୟୁଟର ସାଇନ୍ସ କ୍ଷେତ୍ରରେ 601 -800 କାଟେଗୋରୀରେ ସ୍ଥାନ ପାଇଛି ଶିକ୍ଷା ଓ ଅନୁସନ୍ଧାନ (ଡିମଡ଼ ଟୁ ବି ) ବିଶ୍ୱବିଦ୍ୟାଳୟ |

ବୁଧବାର ପ୍ରକାଶିତ ଏହି ରାଙ୍କୀଙ୍ଗରେ କ୍ଲିନିକାଲ, ପ୍ରି କ୍ଲିନିକାଲ ଓ ହେଲଥ କାଟେଗୋରୀରେ ସୋଆ 601+ ବ୍ରାକେଟରେ ସ୍ଥାନ ପାଇଛି |

ପୂର୍ବରୁ ଟିଏଚଇ ୱାର୍ଲଡ ରାଙ୍କୀଙ୍ଗରେ ବିଶ୍ୱବିଦ୍ୟାଳୟ ଗୁଡିକ ମଧ୍ୟରେ 1001 ପ୍ଲସ କାଟାଗୋରୀରେ ସ୍ଥାନ ପାଇଥିଲା ସୋଆ |

ଉଚ୍ଚ ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା କୁ ନେଇ ଶିକ୍ଷା ପ୍ରଦାନ, ଗବେଷଣା, ସନ୍ଦର୍ଭ, ଶିଳ୍ପ ସଂଶ୍ଲିଷ୍ଟ ଆୟ ଓ ଅନ୍ତର୍ଜାତୀୟ ଦୃଷ୍ଟିଭଙ୍ଗୀ ମାପଦଣ୍ଡ କୁ ଆଧାର କରି ଏହି ରାଙ୍କୀଙ୍ଗ ପ୍ରସ୍ତୁତ କରାଯାଇଛି |

ସୋଆ ଅଧୀନରେ ନଅ ଟି ଶିକ୍ଷାନୁଷ୍ଠାନ ପରିଚାଳିତ ହେଉଥିବା ବେଳେ ଚଳିତବର୍ଷ ନାସନାଲ ଇନ୍ଷ୍ଟିଚ୍ୟୁସନାଲ ରାଙ୍କୀଙ୍ଗ ଫ୍ରେମୱାର୍କ (ଏନଆଇଆରଏଫ ) 2020ରେ ଦେଶର 20ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଛି ସୋଆ | ସେହିପରି ଏହାର ମେଡିକାଲ ସାଇନ୍ସ ଫାକଲ୍ଟି ଆଇଏମଏସ ଆଣ୍ଡ ସମ ହସ୍ପିଟାଲ 23 ତମ ସ୍ଥାନ, ଇଂଜିନିୟରିଂ ଫାକଲ୍ଟି ଇନ୍ଷ୍ଟିଚ୍ୟୁଟ ଅଫ ଟେକ୍ନିକାଲ ଏଡୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର ) 34 ତମ ସ୍ଥାନ ଏବଂ ଫାକଲ୍ଟି ଅଫ ଡେଣ୍ଟାଲ ସାଇନସେସ ଏନଆଇଆରଏଫ ରାଙ୍କୀଙ୍ଗ ରେ ଦେଶରେ 12ତମ ସ୍ଥାନ ହାସଲ କରିଛି \

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking