43.9 C
Bhubaneswar
Friday, April 19, 2024
Homeଓଡିଶାତୁଳସୀ ପତ୍ରର ମାନବୃଦ୍ଧି ଏବଂ ଜୈବିକ ଚାଷ ନେଇ ସୋଆରେ ଗବେଷଣା

ତୁଳସୀ ପତ୍ରର ମାନବୃଦ୍ଧି ଏବଂ ଜୈବିକ ଚାଷ ନେଇ ସୋଆରେ ଗବେଷଣା

ଭୁବନେଶ୍ୱର : ଠାକୁର ପୂଜା ଏବଂ ଧାର୍ମିକ କାର୍ଯ୍ୟରେ ବ୍ୟବହାର ହେଉଥିବା ପବିତ୍ର ତୁଳସୀ ପତ୍ର
ମନୁଷ୍ୟ ଜାତିର ଜୀବନ ରକ୍ଷାକାରୀ ମଧ୍ୟ ହୋଇପାରେ । ସାରା ବିଶ୍ୱକୁ କବଳିତ କରିଥିବା କରୋନା ମହାମାରୀର
ମୁକାବିଲା ପାଇଁ ସହାୟକ ହୋଇପାରେ ତୁଳସୀ । ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଅନେକ
ବ୍ୟାଧିରୁ ମଣିଷକୁ ସୁସ୍ଥ କରାଇଥାଏ ତୁଳସୀ । ତୁଳସୀ କିଭଳି ମାନବ ସମାଜ ପାଇଁ ଅଧିକ ଉପକାରୀ
ହୋଇପାରିବ ସେ କ୍ଷେତ୍ରରେ ଗବେଷଣା ଚଳାଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)
ଗବେଷକ ।
କରୋନାରୁ ରକ୍ଷା ପାଇବା ପାଇଁ ମଣିଷ ଶରୀରର ପ୍ରତିରୋଧକ ଶକ୍ତି ବଢ଼ାଇବା କ୍ଷେତ୍ରରେ ତୁଳସୀର ଅନେକ
ଉପକାରୀତା ରହିଛି ବୋଲି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଅବଗତ କରାଯାଇଛି । ସୋଆର ସେଂଟର ଫର୍
ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ଜୈବିକ ପଦ୍ଧତିରେ ତୁଳସୀ ଚାଷ ଏବଂ ଏହାର ମାନବୃଦ୍ଧିକୁ ନେଇ
ଗବେଷଣା ଆରମ୍ଭ କରାଯାଇଛି ।
କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ତୁଳସୀ ସମ୍ବନ୍ଧୀୟ ଗବେଷଣା ଏବଂ ତୁଳସୀର ଜୈବିକ ଚାଷ
ନିମନ୍ତେ ସୋଆର ସେଂଟର୍ ଫର୍ ବାୟୋଟେକ୍ନୋଲଜିକୁ ଏକ ବିଭାଗକୁ ପ୍ରୋଜେକ୍ଟ ପ୍ରଦାନ କରାଯାଇଥିବା ଓ ଏ
ଦିଗରେ ଗବେଷଣା ମଧ୍ୟ ଆରମ୍ଭ କରାଯାଇଥିବା ବିଷୟରେ ବିଭାଗର ପ୍ରଫେସର ତଥା ପ୍ରୋଜେକ୍ଟ
ଇନ୍‌ଭେଷ୍ଟିଗେଟର୍ ଡଃ ବାସୁଦେବ କର ସୂଚନା ଦେଇଛନ୍ତି ।
ତୁଳସୀ ଚାଷ ଦ୍ୱାରା ବିଭିନ୍ନ ରୋଗର ନିରାକରଣ ପାଇଁ ବାୟୋପେଷ୍ଟିସାଇଡ୍ସ ପ୍ରସ୍ତୁତ କରାଯିବା ସହ ତୁଳସୀରୁ
ଔଷଧୀୟ ତେଲ ପ୍ରସ୍ତୁତ କରିବା ନିମନ୍ତେ ଗବେଷଣା କରାଯାଉଛି ବୋଲି ସେ କହିଛନ୍ତି । ତୁଳସୀ ପତ୍ରକୁ
ଚୋବାଇ କିମ୍ବା ଅଦା ରସ ଓ ମହୁ ସହ ମିଶାଇ ବା ଏହାକୁ ଶିଝାଇ ସେବନ କରିବା ଦ୍ୱାରା ଅନେକ ରୋଗ ଭଲ
ହୋଇଥାଏ । ଏପରିକି ତୁଳସୀ ଗଛର ପ୍ରତ୍ୟେକ ଅଂଶକୁ ମଧ୍ୟ ନାନାଦି ଉପାୟରେ ଶରୀରର ହିତ ପାଇଁ ସେବନ
କରାଯାଇଥାଏ । ଏଥିରେ ପ୍ରଚୁର ପରିମାଣର ଭିଟାମିନ ଏ’ ଓ ବି’ ଏବଂ ଖଣିଜ ଦ୍ରବ୍ୟ ଯେପରିକି କ୍ୟାଲସିୟମ୍‌,
ଜିଙ୍କ, ଲୌହ ଆଦି ରହିଥାଏ ଯାହା ଶରୀର ପାଇଁ ଉପକାରୀ ଏବଂ କରୋନାରୁ ମଧ୍ୟ ରକ୍ଷା କରିଥାଏ । ଏଥି ସହିତ
କରୋନା ମହାମାରୀ ସମୟରେ ତୁଳସୀ ପତ୍ରରୁ କାଢ଼ା ପ୍ରସ୍ତୁତ କରି ପିଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼େ
ବୋଲି ମଧ୍ୟ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେଣୁ ଏହି ଗବେଷଣା ବେଶ
ଉପକାରୀ ହେବ ବୋଲି ପ୍ରଫେସର କର କହିଛନ୍ତି ।
କେବଳ କରୋନା ମହାମାରୀ ମୁକାବିଲା ନୁହେଁ ଚାଷୀମାନଙ୍କୁ ଆତ୍ମନିର୍ଭର କରାଇବା ନିମନ୍ତେ ଜୈବିକ ପଦ୍ଧତିରେ
ତୁଳସୀ ଚାଷ ପାଇଁ ମଧ୍ୟ ସୋଆ ପକ୍ଷରୁ କାର୍ଯ୍ୟ ଆରମ୍ଭ କରାଯାଇଛି । ଏହା ଦ୍ୱାରା ଚାଷୀମାନେ କିପରି ପ୍ରତ୍ୟକ୍ଷ
ଭାବେ ଅର୍ଥନୈତିକ ଲାଭ ପାଇପାରିବେ ସେ ନେଇ ଚାଷୀମାନଙ୍କୁ ଏହି ପ୍ରୋଜେକ୍ଟ ମାଧ୍ୟମରେ ତାଲିମଦିଆଯାଉଛି । ଏ ନେଇ ଚାଷୀମାନଙ୍କୁ ମାଗଣା ତୁଳସୀ ମଞ୍ଜି ଏବଂ ତୈଳ ଉତ୍ପାଦନ ନିମନ୍ତେ ମେସିନ୍ ଓ ଅନ୍ୟାନ୍ୟ
ଉପକରଣ ଏହି ପ୍ରୋଜେକ୍ଟ ମାଧ୍ୟମରେ ପ୍ରଦାନ କରାଯାଉଛି । ଖୋର୍ଦ୍ଧା ଜିଲ୍ଲାର ଅଙ୍ଗାରପଡ଼ା, ଛତାବର ଓ
ମେଣ୍ଢାଶାଳ ଭଳି ତିନୋଟି ଗ୍ରାମ ପଂଚାୟତରେ ଜୈବିକ ପଦ୍ଧତିରେ ତୁଳସୀ ଚାଷ ଆରମ୍ଭ କରାଯାଇଛି ବୋଲି
ଏହି ପ୍ରୋଜେକ୍ଟର ମୁଖ୍ୟ ଡଃ କର ସୂଚନା ଦେଇଛନ୍ତି । ତୁଳସୀର ଔଷଧୀୟ ଗୁଣ, ଏହାର ମାନବୃଦ୍ଧିକରଣ ଏବଂ
ଜୈବିକ ପଦ୍ଧତିରେ ଚାଷ ଦ୍ୱାରା ଚାଷୀମାନଙ୍କୁ ଆତ୍ମନିର୍ଭର କରିବା ହିଁ ଏହି ପ୍ରୋଜେକ୍ଟର ମୂଳ ଉଦ୍ଦେଶ୍ୟ ବୋଲି
ସେ କହିଛନ୍ତି ।
ଏହି ପ୍ରୋଜେକ୍ଟର କୃଷି ଉପେଦଷ୍ଟା ପ୍ରଫେସର ନିରଞ୍ଜନ ନାୟକ ଏବଂ ପ୍ରଫେସର କର ଗବେଷଣାରତ ଟିମ୍‌ର
ସଂପୂର୍ଣ୍ଣ କାର୍ଯ୍ୟ ତଦାରଖ କରୁଛନ୍ତି । ଏହି କାର୍ଯ୍ୟ ସିବିଟିର ମୁଖ୍ୟ ପ୍ରଫେସର ସଂଘମିତ୍ରା ନାୟକଙ୍କ
ସହଯୋଗିତାରେ କରାଯାଉଛି । ଚାଷୀମାନଙ୍କ ଦ୍ୱାରା ପ୍ରଥମ ଉତ୍ପାଦିତ ତୁଳସୀ ପତ୍ରକୁ ପ୍ରଭୁ ଜଗନ୍ନାଥଙ୍କ
ନିକଟରେ ଅର୍ପଣ କରାଯାଇଥିବା ଡଃ କର ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking