32.1 C
Bhubaneswar
Thursday, March 28, 2024
Homeଓଡିଶାସୋଆ କପ୍ : ଆଶୁତୋଷ ଓ ସୋଲୋନି ଶ୍ରେଷ୍ଠ କ୍ରୀଡ଼ାବିତ

ସୋଆ କପ୍ : ଆଶୁତୋଷ ଓ ସୋଲୋନି ଶ୍ରେଷ୍ଠ କ୍ରୀଡ଼ାବିତ

ଭୁବନେଶ୍ୱର : “ହମ୍ ହୋଙ୍ଗେ କାମୟାବ” (ଆମେ ସଫଳ ହେବୁ) ଯୁକ୍ତରାଷ୍ଟ୍ର ଆମେରିକାର ନାଗରିକ
ଅଧିକାର ଆନ୍ଦୋଳନର ଏହି ବିଖ୍ୟାତ ସଂଗୀତକୁ ନିଜ ଜୀବନର ପ୍ରେରଣାର ଉତ୍ସ ବନାଇଥିବା ଅଲମ୍ପିଆନ୍‌
ଅନୁରାଧା ବିଶ୍ୱାଳ ଛାତ୍ରଛାତ୍ରୀମାନେ ସବୁବେଳେ ଏହି ସଂଗୀତ ଦ୍ୱାରା ଅନୁପ୍ରାଣିତ ହୁଅନ୍ତୁ ବୋଲି କହିଛନ୍ତି ।
ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ବିଶ୍ୱବିଦ୍ୟାଳୟ)ର ଦୀର୍ଘ ଏକ ମାସ ଧରି ଚାଲିଥିବା କ୍ରୀଡ଼ା ଉତ୍ସବ ‘ସୋଆ କପ୍‌’ର
ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁରାଧା କହିଥିଲେ ଯେ ପ୍ରତ୍ୟେକ ପ୍ରତିଯୋଗିତା
ପୂର୍ବରୁ ସେ ଏହି ସଂଗୀତକୁ ଗାନ କରିଥାନ୍ତି । ୨୦୦୨ ମସିହାରେ ସେ ଦିଲ୍ଲୀଠାରେ ଆୟୋଜିତ ନ୍ୟାସ୍‌ନାଲ୍‌
ସର୍କିଟ୍ ମିଟ୍‌ରେ ୧୦୦ ମିଟର ହର୍ଡଲ୍ସରେ ୧୩.୩୮ ସେକେଣ୍ଡରେ ଦୂରତ୍ୱ ଅତିକ୍ରମ କରି ଜାତୀୟ ରେକର୍ଡ
ହାସଲ କରିଥିଲେ । ସେହିପରି ୨୦୦୦ ମସିହାରେ ଜାକର୍ତାରେ ଆୟୋଜିତ ଏସିଆନ୍ ଆଥ୍‌ଲେଟିକ୍ସ
ଚାମ୍ପିଅନ୍‌ସିପ୍‌ରେ ୧୩.୪୦ ସେକେଣ୍ଡରେ ଦୂରତ୍ୱ ଅତିକ୍ରମ କରିଥିଲେ ଅନୁରାଧା ।
ଏହି କାର୍ଯ୍ୟକ୍ରମରେ ସୋଆର ୧୩ଟି କ୍ରୀଡାରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଅନୁରାଧା
କହିଥିଲେ ଯେ ନିଜର ଲକ୍ଷ୍ୟ ଧାର୍ଯ୍ୟ କଲେ ଯେକୌଣସି ସ୍ଥାନରେ ସେମାନେ ପହଂଚିପାରିବେ ।
ଏହି କ୍ରୀଡ଼ା ପ୍ରତିଯୋଗିତାରେ ଆଥଲେଟିକ୍ସ, ବ୍ୟାଡମିଂଟନ୍‌, ବାସ୍କେଟବଲ୍‌, ଚେସ୍‌, କ୍ରିକେଟ୍‌, ଫୁଟବଲ୍‌, କବାଡି,
ସଫ୍ଟବଲ୍‌, ଟେବୁଲ ଟେନିସ୍‌, ଟେନିସ୍‌, ଥ୍ରୋ ବଲ୍‌, ଭଲିବଲ୍ ଏବଂ ବେଷ୍ଟ ଫିଜିକ୍ ଭଳି ପ୍ରତିଯୋଗିତା ଆୟୋଜନ
କରାଯାଇଥିଲା ।
ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜ୍‌ନେସ୍ ଆଣ୍ଡ କମ୍ପୁଟର ଷ୍ଟଡିଜ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍‌
ସାଇନ୍‌ସେସ୍‌, ଇନଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ, ସ୍କୁଲ ଅଫ୍ ହୋଟେଲ୍ ମ୍ୟାନେଜମେଂଟ, ସ୍କୁଲ ଅଫ୍‌
ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌, ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ୍‌
ସାଇନ୍‌ସେସ୍‌, ସମ୍ ନର୍ସିଂ କଲେଜ ଏବଂ ଇନ୍‌ଷ୍ଟିୁଚ୍ୟଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ
(ଆଇଟିଇଆର୍‌)ର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ଭାଗ ନେଇଥିଲେ ।
ସମ୍ ନର୍ସିଂ କଲେଜ ସୋଆ କପ୍‌ର ଚାମ୍ପିଅନ୍ ଘୋଷିତ ହୋଇଥିବା ବେଳେ ପୁରୁଷ କ୍ରିକେଟ ଫାଇନାଲରେ
କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇନ୍‌ଫର୍ମେସନ୍ ଟେକ୍ନୋଲୋଜିକୁ ୯ ୱିକେଟ୍‌ରେ ହରାଇ ଆଇବିସିଏସ୍ ବିଜୟୀ
ହୋଇଥିଲେ । ସେହିପରି ମହିଳା କ୍ରିକେଟ୍ ଫାଇନାଲ୍‌ରେ ଏସ୍‌ଏନ୍‌ସି ଆଇଏମ୍‌ଏସ୍‌କୁ ୧୩ ରନ୍‌ରେ ହରାଇଥିଲା ।
କମ୍ପ୍ୟୁଟର ସାଇନ୍‌ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗ ଫୁଟବଲ୍ ଫାଇନାଲ୍‌ରେ ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗକୁ
ହରାଇଥିଲା । ସେହିପରି ଆଥଲେଟିକ୍ସରେ ପୁରୁଷ ବିଭାଗରେ ଆଇଟିଇଆର୍‌ର ଆଶୁତୋଷ ସାହୁ ଏବଂ ମହିଳା
ବିଭାଗରେ ସୋଲୋନି ଦାସ ଶ୍ରେଷ୍ଠ ଆଥଲେଟ ବିବେଚିତ ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking