35.1 C
Bhubaneswar
Tuesday, April 23, 2024
Homeଓଡିଶାଆଇଟିଇଆର୍‌ରେ ହାକାଥନ୍ “ହାକରୱାର ୩.0” ଆୟୋଜିତ

ଆଇଟିଇଆର୍‌ରେ ହାକାଥନ୍ “ହାକରୱାର ୩.0” ଆୟୋଜିତ

ଭୁବନେଶ୍ୱର : ଲଗାତାର ୨୪ ଘଂଟା ଧରି ବୈଷୟିକ ଜ୍ଞାନ କୌଶଳ ସମ୍ପର୍କିତ ବିଭିନ୍ନ ସମସ୍ୟାର ସମାଧାନ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଛାତ୍ରଛାତ୍ରୀ । ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚର କମ୍ପ୍ୟୁଟର୍ ସାଇନ୍ସ ବିଭାଗର ଛାତ୍ରଛାତ୍ରୀ ଆଇଟି ସହିତ ଜଡ଼ିତ ବିଭିନ୍ନ ସମସ୍ୟାର ସୂତ୍ର କାଢ଼ିଛନ୍ତି । ଗତ ୨୫ ଓ ୨୬ ତାରିଖରେ ଆଇଟିଇଆର୍‌ରେ ଇଲ୍ୟୁମିନେଟ୍ (ହାକରୱାର ୩.0) ହାକାଥନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ହାକାଥନ୍‌ରେ ନୂତନ ଜ୍ଞାନକୌଶଳକୁ ପାଥେୟ କରି ଛାତ୍ରଛାତ୍ରୀମାନେ ସମସ୍ୟାର ସମାଧାନର ସୂତ୍ର ବାହାର କରିଥିଲେ । ପରୀକ୍ଷା ବଦଳରେ ଛାତ୍ରଛାତ୍ରୀଙ୍କୁ ଭିନ୍ନ ଧରଣର ପ୍ରତିଯୋଗିତା ମାଧ୍ୟମରେ ଆଇଟି ସମସ୍ୟା ଭିତିକ ସମାଧାନ କରିବା ପାଇଁ ଏଭଳି ନିଆରା ପ୍ରୟାସ କରାଯାଇଥିଲା ବୋଲି ବିଭାଗୀୟ ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର କହିଥିଲେ ।

କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଂଜିନିୟରିଂ ବିଭାଗ ଏବଂ କ୍ଲବ୍ କୋଡେକ୍ସର ମିଳିତ ସହଭାଗିତାରେ ଏହି ୨ ଦିନିଆ ଟେକ୍ନିକାଲ୍ ଫେଷ୍ଟ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ କମ୍ପ୍ୟୁଟର ସାଇନ୍ସ ବିଭାଗର ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି ଟେକ୍ନିକାଲ ଫେଷ୍ଟରେ ୪ଟି ଇଭେଂଟ ଯଥା ହାକରୱାର୍ ୩.କ୍ଟ (୨ ଘଂଟା ହାକାଥନ୍‌) ସମେତ କ୍ୟାପ୍‌ଚର୍ ଦ ଫ୍ଲାଗ୍‌, ସୁଇଚ୍ ଆଣ୍ଡ କଡ୍‌, ଚଗ୍ ଆଣ୍ଡ କଡ୍ ରହିଥିଲା । ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଅତିଥି ଭାବେ କମ୍ପ୍ୟୁଟର ସାଇନ୍ସ ବିଭାଗୀୟ ମୁଖ୍ୟ ପ୍ରଫେସର ମିଶ୍ରଙ୍କ ସମେତ ପ୍ରଫେସର ଶ୍ରୀକାନ୍ତ ପଟ୍ଟନାୟକ, ଟ୍ରେନିଂ ଆଣ୍ଡ ପ୍ଲେସ୍‌ମେଂଟ ବିଭାଗର ମୁଖ୍ୟ ପ୍ରଫେସର ସୁଜିତ୍ ଦାସ , ଆଡିସ୍‌ନାଲ୍ ଡିନ୍ (ଏକାଡେମୀକ୍‌) ପ୍ରଫେସର ଡି. ଏନ୍‌. ଥାଟୋଇଙ୍କ ସମେତ ବିଭାଗୀୟ ପ୍ରଫେସରମାନେ ଉପସ୍ଥିତ ଥିଲେ । କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଅର୍ଥ ରାଶି ପ୍ରଦାନ କରାଯାଇଥିଲା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking