38.8 C
Bhubaneswar
Friday, April 19, 2024
Homeଓଡିଶାସୋଆକୁ ଦେଶର ସବୁଠାରୁ ଭରସା ଯୋଗ୍ୟ ବିଶ୍ୱବିଦ୍ୟାଳୟ ସମ୍ମାନ

ସୋଆକୁ ଦେଶର ସବୁଠାରୁ ଭରସା ଯୋଗ୍ୟ ବିଶ୍ୱବିଦ୍ୟାଳୟ ସମ୍ମାନ

ଭୁବନେଶ୍ୱର : ଗୁଣାବତା ଶିକ୍ଷା କ୍ଷେତ୍ରରେ ଦେଶର ସବୁଠାରୁ ଭରସା ଯୋଗ୍ୟ ବିଶ୍ୱବିଦ୍ୟାଳୟ ଭାବେ ଶିକ୍ଷା ଓ ଅନସନ୍ଧାନ (ସୋଆ)କୁ ସମ୍ମାନିତ କରାଯାଇଛି । ରବିବାର ନୂଆଦିଲ୍ଲୀ ଠାରେ “ଦ ଗୋଲ୍ଡେନ୍ ଷ୍ଟାର ଆଇକନ୍ ଆୱାର୍ଡ୍ସ” କାର୍ଯ୍ୟକ୍ରମରେ ସୋଆକୁ “ମୋଷ୍ଟ ଟ୍ରଷ୍ଟେଡ୍ ୟୁନିଭର୍ସିଟି ଫର୍ କ୍ୱାଲିଟି ଏଜୁକେସନ୍ ଇନ୍ ଇଣ୍ଡିଆ” ସମ୍ମାନ ପ୍ରଦାନ କରାଯାଇଛି । ବଲିଉଡ୍ ଅଭିନେତ୍ରୀ ତଥା ପୂର୍ବତନ ସାଂସଦ ଶ୍ରୀମତି ଜୟପ୍ରଦାଙ୍କ ଠାରୁ ସୋଆ ପକ୍ଷରୁ ଏହି ଆୱାର୍ଡ ଗ୍ରହଣ କରିଛନ୍ତି ଅଫିସର୍ ଅନ୍ ସ୍ପେଶାଲ୍ ଡ୍ୟୁଟି ଶ୍ରୀ ପ୍ରୀତମ୍ ନାୟକ ।

ସୋଆ ନ୍ୟାସ୍‌ନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍‌ସିଲ୍ (ନାକ୍‌)ର ତୃତୀୟ ପର୍ଯ୍ୟାୟ ମୂଲ୍ୟ ନିର୍ଦ୍ଧାରଣ ପ୍ରକ୍ରିୟାରେ ସର୍ବୋଚ୍ଚ ଏ++ ଗ୍ରେଡ୍ ହାସଲ କରିଛି । ମୋଟ ୪.୦୦ ସ୍କୋର୍‌ରୁ ସର୍ବାଧିକ ୩.୮୮ କ୍ୟୁମୁଲେଟିଭ୍ ଗ୍ରେଡ ପଏଂଟ ଆଭରେଜ (ସିଜିପିଏ) ହାସଲ କରି ସୋଆ ଏହି କୃତିତ୍ୱ ହାସଲ କରିଛି । ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ୨୦୨୧ ର‌୍ୟାଙ୍କିଙ୍ଗ୍‌ରେ ସୋଆ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ୨୦ତମ ସ୍ଥାନ ହାସଲ କରିଥିଲା । ସେହିପରି ବିଶ୍ୱସ୍ତରରେ ସମ୍ମାନଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି-୨୦୨୩ ର‌୍ୟାଙ୍କିଙ୍ଗ୍ ଓ ଟାଇମ୍ସ ହାୟର ଏଜୁକେସନ୍ (ଟିଏଚ୍‌ଇ) ୨୦୨୨ ର‌୍ୟାଙ୍କିଙ୍ଗ୍‌ରେ ମଧ୍ୟ ସୋଆ ସ୍ଥାନ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking