39.1 C
Bhubaneswar
Tuesday, April 23, 2024
Homeଓଡିଶାସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ‘ରୁଚି ଦେଶ ଗୌରବ’ ସମ୍ମାନ ପ୍ରଦାନ

ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ‘ରୁଚି ଦେଶ ଗୌରବ’ ସମ୍ମାନ ପ୍ରଦାନ

ଭୁବନେଶ୍ୱର,  : ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ର
ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜ ରଞ୍ଜନ ନାୟକଙ୍କୁ ଚଳିତ ବର୍ଷ ପାଇଁ ମର୍ଯ୍ୟାଦାଜନକ ‘ରୁଚି ଦେଶ
ଗୌରବ’ ସମ୍ମାନରେ ସମ୍ମାନୀତ କରାଯାଇଛି । ଅଗ୍ରଣୀ ଶିଳ୍ପ ଉଦ୍ୟୋଗ ରୁଚି ଫୁଡଲାଇନ୍ ଦ୍ୱାରା ସଂସ୍ଥାପିତ ରୁଚି
ପ୍ରତିଭା ଫାଉଣ୍ଡେସନ୍ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।
ଗୁରୁବାର ଦିନ ରୁଚି ପକ୍ଷରୁ ସ୍ୱତନ୍ତ୍ର ରୁଚି ପ୍ରତିଭା ସମ୍ମାନ ସମାରୋହ – ୨୦୨୦ ଭର୍ଚୁଆଲ୍ ଜୁମ୍ ୱେବିନାର୍
ମାଧ୍ୟମରେ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଫେସର ନାୟକଙ୍କୁ ଏହି ସ୍ୱତନ୍ତ୍ର ସମ୍ମାନ ପ୍ରଦାନ
କରାଯାଇଛି । କାର୍ଯ୍ୟକ୍ରମ ପୂର୍ବରୁ ରୁଚିର ଅଧ୍ୟକ୍ଷ ଶ୍ରୀ ଶରତ କୁମାର ସାହୁ ଏବଂ ଅନ୍ୟ ବରିଷ୍ଠ କର୍ମକର୍ତାମାନେ
ପ୍ରଫେସର ନାୟକଙ୍କୁ ସ୍ୱତନ୍ତ୍ର ଭାବେ ଭେଟି ସମ୍ବର୍ଦ୍ଧିତ କରିଥିଲେ ।
ଏ ନେଇ ପ୍ରଫେସର ନାୟକ କହିଛନ୍ତି ଯେ ‘ରୁଚି ଦେଶ ଗୌରବ ସମ୍ମାନ-୨୦୨୦’ ପାଇଁ ମୋତେ ମନୋନୀତ
କରାଯାଇଥିବାରୁ ରୁଚି ଫାଉଣ୍ଡେସନ୍‌କୁ ଧନ୍ୟବାଦ ଜଣାଉଛି । ଏହି ସମ୍ମାନ କାର୍ଯ୍ୟକ୍ରମ ବହୁ ବର୍ଷ ଧରି ଅନୁଷ୍ଠିତ
ହେଉଛି । ଏଭଳି କାର୍ଯ୍ୟକ୍ରମ ସମ୍ମାନୀତ ବ୍ୟକ୍ତି ବିଶେଷଙ୍କୁ ତାଙ୍କ କର୍ମକ୍ଷେତ୍ରରେ ଅଧିକରୁ ଅଧିକ ଉତ୍ସାହିତ
କରିବ । ରୁଚି ଫାଉଣ୍ଡେସନ୍‌ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ବୋଲି ପ୍ରଫେସର ନାୟକ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking