26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଏଣିକି ଟ୍ରେନ୍ ଗାର୍ଡଙ୍କୁ କୁହାଯିବ ଟ୍ରେନ୍‌ ମ୍ୟାନେଜର

ଏଣିକି ଟ୍ରେନ୍ ଗାର୍ଡଙ୍କୁ କୁହାଯିବ ଟ୍ରେନ୍‌ ମ୍ୟାନେଜର

ନୂଆଦିଲ୍ଲୀ : ଭାରତୀୟ ରେଳବାଇରେ ‘ଗାର୍ଡ’ଙ୍କୁ ଏଣିକି ‘ଟ୍ରେନ ମ୍ୟାନେଜର’ କୁହାଯିବ । ଭାରତୀୟ ରେଳବାଇ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ରେଳବାଇରେ ‘ଗାର୍ଡ’ ପୋଷ୍ଟର ନାମ ପରିବର୍ତ୍ତନ କରାଯାଇଛି । ତେବେ ପେ ସ୍କେଲରେ କୌଣସି ପରିବର୍ତ୍ତନ ହେବନି । ନିଯୁକ୍ତି ପ୍ରକ୍ରିୟାରେ ମଧ୍ୟ କୌଣସି ପରିବର୍ତ୍ତନ ହେବନି ।

ସେମାନଙ୍କ କର୍ତ୍ତବ୍ୟରେ ମଧ୍ୟ କୌଣସି ପରିବର୍ତ୍ତନ ହେବନାହିଁ ।କେବଳ ଗାର୍ଡ ବଦଳରେ ଟ୍ରେନ୍‌ ମ୍ୟାନେଜର କୁହାଯିବ । ଏହି ପ୍ରସଙ୍ଗରେ ଗୁରୁବାର ଦିନ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆସିଷ୍ଟାଣ୍ଟ ଗାର୍ଡକୁ ‘ଆସିଷ୍ଟାଣ୍ଟ ପାସେଞ୍ଜର ଟ୍ରେନ୍ ମ୍ୟାନେଜର’ ଏବଂ ସିନିୟର ପାସେଞ୍ଜର ଗାର୍ଡକୁ ‘ସିନିୟର ପାସେଞ୍ଜର ଟ୍ରେନ୍ ମ୍ୟାନେଜର’ ଗୁଡସ୍‌ ଗାର୍ଡଙ୍କୁ ଗୁଡସ୍‌ ଟ୍ରେନ୍‌ ମ୍ୟାନେଜର ସମ୍ବୋଧନ କରାଯିବ ବୋଲି ଭାରତୀୟ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking