29.1 C
Bhubaneswar
Wednesday, April 24, 2024
Homeଓଡିଶାଏଣିକି ଫାର୍ମାସିଟ୍‌ମାନେ ରୋଗୀ ଦେଖିବେ

ଏଣିକି ଫାର୍ମାସିଟ୍‌ମାନେ ରୋଗୀ ଦେଖିବେ

ଭୁବନେଶ୍ୱର : ଏଣିକି ଫାର୍ମାସିଟ୍‌ମାନେ ରୋଗୀ ଦେଖିବେ । ଔଷଧ ଦେବେ । ରାଜ୍ୟରେ ଯେଉଁ ସରକାରୀ ହସ୍ପିଟାଲ୍‌ରେ ଡାକ୍ତର ନାହାଁନ୍ତି ଓ ଫାର୍ମାସିଟ୍ ବୁଝାସୁଝା କରୁଛନ୍ତି, ସେମାନେ ରୋଗୀର ଚିକିତ୍ସା କରିପାରିବେ ବୋଲି ସରକାର ବିଧିବଦ୍ଧ ଅନୁମତି ଦେଇଛନ୍ତି । ଏଥିସହ ସେମାନେ କେଉଁ ରୋଗ ପାଇଁ କେଉଁ ଔଷଧ ଦେବେ ତା’ର ବିସ୍ତୃତ ତାଲିକା ଜାରି କରିଛନ୍ତି ।

ଲକ୍ଷଣଯୁକ୍ତ ଜ୍ୱର ପାଇଁ ପାରାସିଟାମଲ, ଆଜିଥ୍ରୋମାଇସିନ୍‌, ସେଫିକ୍ସଜାଇମ୍‌, ଆମୋକ୍ସିସିଲିନ୍ ଟାବ୍‌ଲେଟ୍ ଦେଇପାରିବେ । ସେହିଭଳି ମ୍ୟାଲେରିଆ , ଚର୍ମ ରୋଗ, ଡାଇରିଆ ଓ ଅନ୍ୟ ରୋଗ ପାଇଁ ମଧ୍ୟ ଔଷଧ ତାଲିକା ଦିଆଯାଇଛି । ଏହି ତାଲିକାକୁ ଦେଖି ଫାର୍ମାସିଟ୍‌ମାନେ ରୋଗୀଙ୍କୁ ଔଷଧ ଦେଇପାରିବେ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking