କୂଅରୁ ଉଦ୍ଧାର ହେଲା ନାଗସାପ

ବାରିପଦା: ବାରିପଦା ସହରସ୍ଥିତ ସୁନାମୁହିଁ ଛକ ନିକଟରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଆଶୁତୋଷ ମହାପାତ୍ରଙ୍କ ଘରେ ଥିବା କୂଅରେ ଏକ ନାଗସାପ ପଡି ଯାଇଥିବାର ଦେଖିବାକୁ ମିଳିଥିଲା। ଖବରପାଇ ଅଭିଜ୍ଞ ସାପଧରାଳି କୃଷ୍ଣଚନ୍ଦ୍ର ଗୋଛାୟତ ଓ ତାଙ୍କ ସ୍ତ୍ରୀ ସସ୍ମିତା ଗୋଚ୍ଛାୟତ ଘଟଣାସ୍ଥଳରେ ପହଞ୍ଚି ଥିଲେ। ପ୍ରଥମେ ଏକ ବାଲ୍ଟି ସାହାଯ୍ୟରେ ସାପଟିକୁ କୂଅରୁ କଢ଼ାଯିବା ପରେ ସସ୍ମିତା ଅତି ସତର୍କତାର ସହିତ ସାପଟିକୁ ଉଦ୍ଧାର କରିଥିଲେ।ଜଣେ ନାରୀ ହୋଇ ମଧ୍ୟ ସସ୍ମିତାଙ୍କର ଏପରି ସାପ ଧରିବାର ସାହସକୁ ସମସ୍ତେ ପ୍ରଶଂସା କରୁଛନ୍ତି। ଉଦ୍ଧାର ପରେ ବିଷାକ୍ତ ନାଗସାପକୁ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା ଏବଂ ଡାକ୍ତରଙ୍କ ପରିବାର ଭୟମୁକ୍ତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here