26.7 C
Bhubaneswar
Friday, April 19, 2024
Homeଓଡିଶାସାପ କାମୁଡ଼ିଲା ବୋଲି ସାପକୁ କାମୁଡ଼ି ଦେଲା ଯୁବକ, ଶେଷରେ....

ସାପ କାମୁଡ଼ିଲା ବୋଲି ସାପକୁ କାମୁଡ଼ି ଦେଲା ଯୁବକ, ଶେଷରେ….

ଫୁଲବାଣୀ : ପ୍ରଥମେ ସାପ ଚୋଟ ମାରିଲା ଓ ଏହାର ପ୍ରତିଶୋଧ ନେବାକୁ ଯାଇ ସାପକୁ କାମୁଡି ଦେଲେ । ହେଲେ ଶେଷରେ ନିଜେ ସବୁଦିନ ପାଇଁ ଆଖି ବୁଜିଦେଲେ ।ଏଭଳି ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ସିମନବାଡ଼ି ଅଞ୍ଚଳରେ ଘଟିଛି । ମୃତକଙ୍କ ନାଁ କୁମୁଟି ନାୟକ । ସୂଚନା ଅନୁଯାୟୀ, ଦୁଇ ଦିନ ପୂର୍ବରୁ କୁମୁଟିଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା । ଏହାପରେ ସେ ସାପଟିକୁ ଧରି ଗାଁରେ ବୁଲିଥିଲେ । ଶେଷରେ ରାଗ ଶାନ୍ତ ନ ହେବାରୁ ସେ ସାପଟିକୁ କାମୁଡ଼ି ଦେଇଥିଲେ । ଏହି ସମୟରେ ସେ ନିଶାଶକ୍ତ ଅବସ୍ଥାରେ ଥିଲେ ବୋଲି ଗ୍ରାମବାସୀ କହିଛନ୍ତି । ତେବେ ଗତକାଲି କୁମୁଟିଙ୍କ ମୃତଦେହ ବିଲ ଭିତରେ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ । ଏନେଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking