16.1 C
Bhubaneswar
Friday, January 28, 2022
Homeଦେଶ ବିଦେଶଦିଲ୍ଲୀ ପୁଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଏସଏନ ଶ୍ରୀବାସ୍ତବ

ଦିଲ୍ଲୀ ପୁଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଏସଏନ ଶ୍ରୀବାସ୍ତବ

ନୂଆଦିଲ୍ଲୀ: ବଦଳିଲେ ଦିଲ୍ଲୀ ପୁଲିସ କମିଶନର । ଅମୂଲ୍ୟ ପଟ୍ଟନାୟକଙ୍କ ସ୍ଥାନରେ ଏବେ ଏସଏନ ଶ୍ରୀବାସ୍ତବଙ୍କୁ ଦିଆଗଲା ଦିଲ୍ଲୀ ପୁଲିସ କମିଶନରର ଦାୟିତ୍ୱ । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ସବୁଜ ସଂକେତ ମିଳିବା ପରେ ଘୋଷଣା କରିଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ । ଆସନ୍ତାକାଲି ଦିଲ୍ଲୀର ନୂଆ ପୁଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିବେ ୧୯୮୫ ବ୍ୟାଚର ଆଇପିଏସ ଅଫିସର ଏସଏନ ଶ୍ରୀବାସ୍ତବ ।
ଦିଲ୍ଲୀରେ ଚାଲିଥିବା ହିଂଶା ମଧ୍ୟରେ ତାଙ୍କର ମୁତୟନ ଦିଲ୍ଲୀର ବିଶେଷ ପୋଲିସ୍ ଆୟୁକ୍ତ (ଲ ଆଣ୍ଡ ଅର୍ଡର) ପଦରେ କରାଯାଇଛି । ଏସଏନ ଶ୍ରୀବାସ୍ତବ ପୂର୍ବରୁ ଜାମ୍ମୁକାଶ୍ମୀରର ସିଆରପିଏଫରେ ମୁତୟନ ଥିଲେ । ଶ୍ରୀବାସ୍ତବଙ୍କର ଦିଲ୍ଲୀ ପୁଲିସର ବିଭିନ୍ନ ୟୁନିଟ୍ରେ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି ।
ଏବେ ଦିଲ୍ଲୀ ପୁଲିସ କମିସନର ଥିବା ଅମୂଲ୍ୟ ପଟ୍ଟନାୟକ ଅବସର ଗ୍ରହଣ କରିବାର ଦିନକ ପରେ ସେ ଦାୟିତ୍ୱ ନେବେ । ଅର୍ଥାତ୍ ଫେବ୍ରୁଆରି ୨୯ ତାରିଖ ଦିନ ଅମୂଲ୍ୟ ପଟ୍ଟନାୟକଙ୍କ ଚାକିରି କାର୍ଯ୍ୟକାଳ ଶେଷ ହେବ । ପୁଲିସ କମିସନର୍ ଅମୂଲ୍ୟ ପଟ୍ଟନାୟକଙ୍କ କାର୍ଯ୍ୟକାଳରେ ଉତ୍ତରପୂର୍ବ ଦିଲ୍ଲୀରେ ଭୟାବହ ସାମ୍ପ୍ରଦାୟିକ ଦଙ୍ଗା ଯୋଗୁଁ ୩୮ଜଣଙ୍କ ପ୍ରାଣହାନୀ ହେବା ପରେ ପୁଲିସ ତୀବ୍ର ସମାଲୋଚନାର ସରବ୍ୟ ହୋଇଛି । ହିଂସାକାଣ୍ଡ ନିୟନ୍ତ୍ରଣ କରିବାରେ ଅସମର୍ଥ ହୋଇଥିବା ପୁଲିସକୁ ଅଦାଲତ ମଧ୍ୟ ଭର୍ତ୍ସନା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking