ସ୍ମୃତି ପଟ୍ଟନାୟକ ହେଲେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ମୁଖ୍ୟ

ଭୁବନେଶ୍ୱର: ଓଡ଼ିଶା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ସ୍ମୃତି ପଟ୍ଟନାୟକ ନୂଆ ଦାୟିତ୍ୱ ନେଇଛନ୍ତିା ପୁର୍ବତନ ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡ଼ା ରାଜ୍ୟ କାର୍ଯାଳୟରେ ଆନୁଷ୍ଠନିକ ଭାବେ ଶ୍ରୀମତୀ ସ୍ମୃତି ପଟ୍ଟନାୟକଙ୍କୁ ଦାୟିତ୍ୱ ଅର୍ପଣ କରିଥିଲେ ।ଏହି ଅବସରରେ ଶ୍ରୀମତୀ ପଟ୍ଟନାୟକଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଥିଲ ।
ଏହି ଅବସରରେ ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତିଯେ ମହିଳାମାନେ ରାଜ୍ୟରେ ସୁରଖିତ ନାହାନ୍ତି । ପ୍ରତିଦିନ ମହିଳାମାନଙ୍କ ସହ ଅସଦାଚରଣ ହେଉଛି । ଅନେକ ଯୋଜନା ମହିଳା ମାନଙ୍କ ପାଇଁ ଅଛି କିନ୍ତୁ ସେମାନଙ୍କ ପାଖରେ ସବୁ ସୁବିଧା ପହଞ୍ଚି ପାରୁନି ଏହି ପରୀପ୍ରେକ୍ଷୀରେ ଆଗକୁ ମହିଳା ସଂଗଠନକୁ ଦୃଢ କରିବା ସହ ସଶକ୍ତ କରିବା ।ମହିଳା ଓ ନାବାଳିକା ସୁରକ୍ଷା ଯୋଗାଇବା ଦିଗରେ କାର୍ଯ୍ୟ କରିବା ସହ ମୋଦି ସରକାରଙ୍କ ମହିଳା କଲ୍ୟାଣ ଯୋଜନାଗୁଡ଼ିକ ରାଜ୍ୟର ମହିଳା ମାନଙ୍କ ପାଖରେ କପରି ପହଞ୍ଚି ପାରିବ ସେ ଦିଗରେ ଧ୍ୟାନ ଦିଆଯିବ ।

LEAVE A REPLY

Please enter your comment!
Please enter your name here