27.1 C
Bhubaneswar
Thursday, April 25, 2024
Homeଖେଳସ୍ମୃତି ମନ୍ଧାନା ବର୍ଷର ଶ୍ରେଷ୍ଠ ମହିଳା ଖେଳାଳି

ସ୍ମୃତି ମନ୍ଧାନା ବର୍ଷର ଶ୍ରେଷ୍ଠ ମହିଳା ଖେଳାଳି

ଦୁବାଇ: ସମସ୍ତ ଫର୍ମାଟରେ ଚମତ୍କାର ପ୍ରଦର୍ଶନ ପାଇଁ ଭାରତୀୟ ଷ୍ଟାର୍ ବ୍ୟାଟର୍ ସ୍ମୃତି ମନ୍ଧାନା ଆଇସିସି ପକ୍ଷରୁ ୨୦୨୧ର ଶ୍ରେଷ୍ଠ ମହିଳା କ୍ରିକେଟର ବିବେଚିତ ହୋଇଛନ୍ତି । ମନ୍ଧାନା ଇଂଲଣ୍ଡର ଟାମି ବ୍ୟୁମଣ୍ଟ, ଦକ୍ଷିଣ ଆଫ୍ରିକାର ଲିଜେଲ ଲି ଏବଂ ଆୟର୍ଲାଣ୍ଡର ଗାବି ଲୁଇସଙ୍କୁ ପଛରେ ପକାଇ ଏହି ସମ୍ମାନ ହାସଲ କରିଛନ୍ତି ।

ଗତ ବର୍ଷ ମନ୍ଧାନାଙ୍କ ପାଇଁ ସଫଳତାର ବର୍ଷ ଥିଲା । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ସେ ଅନେକ ବଡ଼ ଇନିଂସ ଖେଳିଥିଲେ। ଏହି ୨୫ ବର୍ଷୀୟା ବାମହାତୀ ବ୍ୟାଟର୍ ୨୦୨୧ରେ ୩୮.୮୬ ଆଭରେଜରେ ୨୨ଟି ଅନ୍ତର୍ଜାତୀୟ ମ୍ୟାଚରେ ୮୫୫ ରନ୍ ସଂଗ୍ରହ କରିଥିଲେ । ୨୦୨୧ରେ ଭାରତର ମହିଳା କ୍ରିକେଟ୍ ଦଳ ବିଶେଷ କିଛି କରିପାରି ନଥିଲା, କିନ୍ତୁ ସ୍ମୃତି ମନ୍ଧାନା ବ୍ୟାଟ୍ ବହୁତ ଚାଲିଥିଲା ‌।

ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜରେ ଟିମ୍ ଇଣ୍ଡିଆ ଟି -୨୦ ଏବଂ ଦିନିକିଆ ସମେତ ଆଠଟି ମ୍ୟାଚ ମଧ୍ୟରୁ ଦୁଇଟି ଜିତିଥିଲା । ଏହି ଉଭୟ ମ୍ୟାଚ୍‌ରେ ମାନ୍ଧାନା ତାଙ୍କ ବ୍ୟାଟ୍‌ ଦ୍ବାରା ମହତ୍ ଗୁରୁତ୍ବପୂର୍ଣ୍ଣ ଅବଦାନ ରଖିଥିଲେ। ସିରିଜର ଦ୍ୱିତୀୟ ଦିନିକିଆରେ ସେ ଟିମ୍ ଇଣ୍ଡିଆ ପାଇଁ ୮୦ ରନର ଅପରାଜିତ ଇନିଂସ ଖେଳିଥିବା ବେଳେ ଭାରତ ୧୫୦ ରନ୍‌ର ଟାର୍ଗେଟକୁ ପଛରେ ପକାଇ ଦେଇଥିଲେ ।

ଏହା ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜର ଶେଷ ମ୍ୟାଚରେ ମନ୍ଧାନା ଅପରାଜିତ ୪୮ ରନ୍ ସଂଗ୍ରହ କରିଥିଲେ। ତାଙ୍କ ଘରୋଇ ଗ୍ରାଉଣ୍ଡରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟର ପ୍ରଥମ ଇନିଂସରେ ମାନ୍ଧାନା ୭୮ ରନ୍ କରିଥିଲେ। ଏହା ପରେ ଦିନିକିଆ ସିରିଜର ଏକମାତ୍ର ମ୍ୟାଚରେ ମନ୍ଧାନା ୪୯ ରନର ଏକ ଇନିଂସ ଖେଳିଥିଲେ ।

ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ମଧ୍ୟ ମାନ୍ଧାନା ବହୁତ ଭଲ ଫର୍ମରେ ଥିଲେ। ସେ ଦ୍ୱିତୀୟ ଦିନିକିଆରେ ୮୬ ରନର ଏକ ଆକର୍ଷଣୀୟ ଇନିଂସ ଖେଳିଥିଲେ। ଏହା ପରେ ସେ ଦିବାରାତ୍ର ଟେଷ୍ଟରେ ୧୧୭ ରନର ଚମତ୍କାର ଇନିଂସ ଖେଳିଥିଲେ । ଯଦିଓ ମ୍ୟାଚ୍ ଡ୍ର’ରେ ଶେଷ ହୋଇଥିଲା, ତେବେ ଶତକୀୟ ପାଳି ପାଇଁ ମନ୍ଧାନା ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking