27.1 C
Bhubaneswar
Thursday, April 25, 2024
HomeUncategorizedଧୂମ ପାନ କରୁଛନ୍ତି କି? ମିଳି ନପାରେ ଛୁଟି...

ଧୂମ ପାନ କରୁଛନ୍ତି କି? ମିଳି ନପାରେ ଛୁଟି…

ଇଂଲଣ୍ଡ: ବିଦେଶରେ ଏମିତି କିଛି କମ୍ପାନି ରହିଛି ଯେଉଁଠାରେ ଧୂମପାନ କରୁଥିବା କର୍ମଚାରୀଙ୍କୁ କୌଣସି ଦଣ୍ଡ ନଦେଇ ଧୂମପାନ ନ କରୁ ଥିବା କର୍ମଚାରୀଙ୍କୁ ଅତିରିକ୍ତ ୪ଦିନ ଛୁଟି ଦେବା ପାଇଁ ଘୋଷଣା କରିଛି ।
ଇଂଲଣ୍ଡର ସ୍ୱିଡେନ୍ ଟାଉନ୍ରେ ଥିବା କେସିଜେଟ୍ରେନିଂ ଆଣ୍ଡ ଏମ୍ପଲୋଇମେଣ୍ଟ ସଲୁସନ ନାମକ ଏକ ସଂସ୍ଥା ଏବେ ଧୂମପାନକୁ ନେଇ କର୍ମଚାରୀଙ୍କ ଉପରେ ନୂଆ ନିୟମ ଲାଗୁ କରିଛି, ତାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଚାଲିଛି। ଡାନ୍ ବ୍ରିଡେନ କହନ୍ତି, ଧୂମପାନ କରୁଥିବା କର୍ମଚାରୀ ବରମ୍ବାର ନିଜ କର୍ମସ୍ଥାନରୁ ଉଠି ଥାଆନ୍ତି । ଏହା ଦ୍ୱାରା ଅନ୍ୟ କର୍ମଚାରୀଙ୍କୁ ଅସୁବିଧା ହେବା ସହିତ ସମୟ ବି ନଷ୍ଟ ହୋଇଥାଏ । ଏହି କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଡାନ୍ ବ୍ରିଡେନ୍ ଏମି୍‌ତି ନିୟମ ଲାଗୁ କରିଛନ୍ତି । ଡାନ୍ ବ୍ରିଡେନ କହନ୍ତି, ଧୂମପାନ କରୁଥିବା କର୍ମଚାରୀ ବରମ୍ବାର ନିଜ ସ୍ଥାନରୁ ଉଠି ଥାଆନ୍ତି । ଏହା ଦ୍ୱାରା ଅନ୍ୟ କର୍ମଚାରୀଙ୍କୁ ଅସୁବିଧା ହେବା ସହିତ ସମୟ ବି ନଷ୍ଟ ହୋଇଥାଏ ।ଏପରି କରିବା ଦ୍ୱାରା ଧୂମପାନ କୁ ରୋକିହେବା ସଙ୍ଗେ ସଙ୍ଗେ ସମାଜକୁ ମଧ୍ୟ ଭଲ ପ୍ରଭାବ ପଡିବ ।ଏହାକୁ ଦୃଷ୍ଟିରେ ରଖି ମୁଁ ସେହି କର୍ମଚାରୀଙ୍କୁ ଚାରି ଦିନର ଅତିରିକ୍ତ ଛୁଟି ଦେବାର ଘୋଷଣା କରିଛି, ଯେଉଁମାନେ କଦାପି ଧୂମପାନ କରନ୍ତି ନାହିଁ ଏହାଦ୍ୱାରା କର୍ମଚାରୀ ଛୁଟି ପାଇଁ ଧୂମପାନ ଅଭ୍ୟାସକୁ ଛାଡ଼ିବା ପାଇଁ ଚିନ୍ତା କରିବେ । ଯାହା ସେମାନଙ୍କ ସ୍ୱାସ୍ଥ୍ୟପାଇଁ ଖୁବ ହିତକର ମଧ୍ୟ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking