27.8 C
Bhubaneswar
Thursday, April 18, 2024
Homeଓଡିଶାମାଟି ତଳକୁ ଦବିଗଲା ଚାଷଜମି 

ମାଟି ତଳକୁ ଦବିଗଲା ଚାଷଜମି 

ତାଳଚେର : ତାଳଚେର ବ୍ଲକ ଅନ୍ତର୍ଗତ ହାଣ୍ଡିଧୂଆଁ ତେଲିସାହି ଗ୍ରାମର ପଛପାଶ୍ୱର୍ରେ ଥିବା ଏକ ଚାଷଜମି ୧୫ଫୁଟରୁ ଊର୍ଦ୍ଧ୍ୱ ଗୋଲେଇ ତଳକୁ ଦବି ଯାଇଛି । ଗଭୀରତା ଯଦିଓ ସଠିକ୍ ନିର୍ଣ୍ଣାୟକ ହୋଇ ନଥିବା ବେଳେ ପ୍ରାୟ ୫୦ ଫୁଟ ତଳକୁ ଦବି ଯାଇଥିବା କୁହାଯାଉଛି । ପାଖରେ ଥିବା ହାଟର ପରିତ୍ୟକ୍ତ ଜଳ ନିଷ୍କାସନ ହୋଇ ଗର୍ତ୍ତରେ ମିଶିଯିବାରୁ ସଠିକ୍ ଆକଳନ କରାଯାଇ ପାରିନାହିଁ । ଘଟଣାସ୍ଥଳରେ ପୁଲିସ ଏବଂ ଶହ ଶହ ସଂଖ୍ୟାଳରେ ଜନସମାଗମ ହୋଇଥିଲା । ଗର୍ତ୍ତପାଖରୁ ପୂର୍ବକୁ ହାଣ୍ଡିଧୂଆଁ ଭୂତଳ କୋଇଲାଖଣି ଥିବାବେଳେ ପଶ୍ଚିମକୁ ଦେଉଳବେଢ଼ା ଭୂତଳ ଖଣି ଅବସ୍ଥିତ । ଅନେକଦିନରୁ ଉକ୍ତ ଖଣିଗୁଡ଼ିକି ଖନନ କାର୍ଯ୍ୟ ବନ୍ଦ ରହିଥିଲା । ଖଣି ତରଫରୁ ଫାଙ୍କ ଜାଗାରେ ବାଲି ଭର୍ତ୍ତି କରାଯାଉ ନଥିବାରୁ ବାରମ୍ବାର ଅଭିଯୋଗ ହେଉଥିଲେ ହେଁ ଖଣିଅଧିକାରୀ ଓ ପ୍ରଶାସନ ଏହା ଉପରେ ଦୃଷ୍ଟି ନଦେବା ଏକ ଦୁର୍ଭାଗ୍ୟଜନକ ଘଟଣା । ଗର୍ତ୍ତ ସୃଷ୍ଟିହେଉଥିବା ଜମିର ମାଲିକାନା ଉକ୍ତ ରମେଶ ସାହୁ(୮୦)ଏବଂ ସେହିଜମିଟି ଖଣି ଦ୍ୱାରା ଅଧିଗ୍ରହଣ ହୋଇନି । ଏପ୍ରାକୃତିକ ଗର୍ତ୍ତ ସୃଷ୍ଟିହୋଇଥିବାରୁ ଏହାର କ୍ଷତିପୂରଣ କିଏ ଆକଳନ କରିବ ଏବଂ କ୍ଷତିର ଭରଣା କରିବ ଏହାକୁ ନେଇ ଲୋକେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି ।  ତେବେ ତାଳଚେର ଅଞ୍ଚଳରେ ଏପରି ଘଟଣା ବାରମ୍ବାର ଘଟୁଥିବାରୁ ବାଲିଭୟ ଓ ଆତଙ୍କିତ ଅବସ୍ଥାରେ ଲୋକେ ଅଛନ୍ତି । କୋଇଲାଖଣି ତଳୁ କୋଇଲା କାଢ଼ିନେବାରେ ପରେ ମାଟିତଳ ପାଙ୍କ ରହୁଥିବାରୁ ଜମିଦବି ଯାଉଥିବାରୁ ଅଭିଯୋଗ କରୁଛନ୍ତି ଜମି ମାଲିକ ।
ମାଟି ଦବି ଏକ ବିଶାଳ ଗର୍ତ ସୃଷ୍ଟି ହୋଇଥିବା ବେଳେ,ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାସହ ଅନୁଗୋଳ ଜିଲ୍ଲାପାଳ, ସିଏମଡିଙ୍କ ସହ ଫୋନ୍ ଯୋଗେ ଆଲୋଚନା କରି ତାଳଚେରର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି । ଅଞ୍ଚଳବାସୀଙ୍କ ସୁରକ୍ଷା ତଥା କ୍ଷତିପୂରଣ ଏବଂ ଏଭଳି ଘଟଣା କାହିଁକି ଘଟିଲା,ତାହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବୀ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking