34.1 C
Bhubaneswar
Thursday, April 25, 2024
Homeଓଡିଶାବିଦ୍ୟାଳୟରେ ଶୋଇଲେ ଶିକ୍ଷୟିତ୍ରୀ : ଭିଡିଓ ଭାଇରାଲ ପରେ ନିଲମ୍ବିତ

ବିଦ୍ୟାଳୟରେ ଶୋଇଲେ ଶିକ୍ଷୟିତ୍ରୀ : ଭିଡିଓ ଭାଇରାଲ ପରେ ନିଲମ୍ବିତ

ବାଲିପଡା : ପ୍ରାଥମିକ ଶିକ୍ଷାରେ ସଂସ୍କାର ଆଣିବା ସହ ଗୁଣାତ୍ମକ ଶିକ୍ଷାଦାନ କରିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ବାରମ୍ବାର ସଚେତନ କରାଯାଉଛି । ଶିକ୍ଷକଙ୍କ ଦାୟିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି । ଏହା ସତ୍ତ୍ୱେ ମଙ୍ଗଳବାର ଗୁରୁଣ୍ଠି ପଞ୍ଚାୟତର ଶ୍ରୀରଙ୍ଗରାଜପୁର ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସୁମିତା ନାୟକ ସ୍କୁଲ ଚାଲିଥିବା ସମୟରେ ଶ୍ରେଣୀ କକ୍ଷରେ ନିଘୋଡ ନିଦରେ ଶୋଇଥିଲେ । ଏହାର ଭିଡିଓ ଭାଇରାଲ୍ ହୋଇଥିଲା । ଏହା ଜିଲ୍ଲା ଶିକ୍ଷା ବିଭାଗର ନଜରକୁ ଆସିବା ପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛିି ।
ସୂଚନା ଅନୁଯାୟୀ, ମଙ୍ଗଳବାର ଶ୍ରୀରଙ୍ଗରାଜପୁର ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ଚାଲିଥିବା ବେଳେ ମଧ୍ୟାହ୍ନ ଭୋଜନ ବିରତି ହୋଇଥିଲା । ଏହି ସମୟରେ ବିଦ୍ୟାର୍ଥୀମାନେ ମଧ୍ୟାହ୍ନ ଭୋଜନ କରୁଥିବା ବେଳେ ଶିକ୍ଷୟିତ୍ରୀ ସୁମିତା ନାୟକ ଦାୟିିତ୍ୱହୀନ ହୋଇ ଆରାମରେ ଶୋଇପଡିଥିଲେ । ଏଭଳି ସ୍ଥିତିରେ କୌଣସି ଅଘଟଣ ଘଟିଲେ ସେଥିପାଇଁ ଦାୟୀ କିଏ ହେବ ବୋଲି ଅଭିଭାବକମାନେ ପ୍ରଶ୍ନ କରିଥିଲେ । ଘଟଣା ସମ୍ପର୍କରେ ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚା ହୋଇଥିଲା । ଶିକ୍ଷୟିତ୍ରୀ ଜଣକ ଶୋଇଥିବା ଭିଡିଓ ଭାଇରାଲ୍ ହୋଇଥିଲା । ବ୍ଲକ ଶିକ୍ଷା ଅଧିକାରୀ ଏକ ବିଜ୍ଞପ୍ତି ଜାରି କରି ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking