32.1 C
Bhubaneswar
Thursday, March 28, 2024
Homeସ୍ୱାସ୍ଥ୍ୟଶୀତ ଦିନରେ ଚର୍ମର ଯତ୍ନ କିପରି ନେବେ ଆସନ୍ତୁ ଜାଣିବା....

ଶୀତ ଦିନରେ ଚର୍ମର ଯତ୍ନ କିପରି ନେବେ ଆସନ୍ତୁ ଜାଣିବା….

ଭୁବନେଶ୍ୱର : ଆଗକୁ ଆସୁଛି ଶୀତଦିନ । ଏହି ଦିନ ମାନଙ୍କରେ ତ୍ୱଚାର ଯତ୍ନ ଅଧିକ ନେବାକୁ ପଡ଼େ । ଶୀତଦିନରେ ପାଦ ଫାଟିବା ,ଓଠ ଫାଟିବା ଓ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଫାଟିବା ଭଳି ଅନେକ ସମସ୍ୟା ଦେଖାଦିଏ । ତେବେ କିପରି ନେବା ଏହାର ଯତ୍ନ ? କେଉଁଭଳି ସରଳ ଉପାୟ ଅବଲମ୍ବନ କରି ଏହି ସମସ୍ୟାକ ଦୁର କରି ହେବ ଓ ତ୍ୱଚାକୁ କୋମଳ ରଖିହେବ । ଆସନ୍ତୁ ଜାଣିବା ରୋଷେଇ ଘରର କିଛି ଓ ବାଡ଼ିବଗିଚାରୁ କିଛି ସରଞ୍ଜାମକୁ ବ୍ୟବହାର କରି ଶରୀର ତ୍ୱଚାକୁ କୋମଳ ରଖିପାରିବୋ
ଆସନ୍ତୁ ଜାଣିବା କିପରି ନେବା ଏହାର ଯତ୍ନ ?
– ଯଦି ଆପଣ ସାବୁନ ବ୍ୟବହାର କରୁଛନ୍ତି ତେବେ ଏହା ଶୀତ ଦିନେ ବନ୍ଦ କରିଦିଅନ୍ତୁ । କାରଣ ସାବୁନରେ ରହୁଥିବା କାଷ୍ଟିକ ସୋଡ଼ା  ତ୍ୱଚାକୁ କଳା ପକାଇବା ସହ ଏହାକୁ ଶୁଖିଲା କରେଇ ଦେଇଥାଏ । ଏହା ବଦଳରେ ଆପଣ ଘରେ ଥିବା ଦେଶୀ ଗାଇର ଖିର ୫୦ ଗ୍ରାମକୁ ଶରୀରରେ ମାଲିସ୍ କରନ୍ତୁ ଓ ଅଧଘଣ୍ଟା ଛାଡ଼ିଦିଅନ୍ତୁ । ଏହାପରେ ଗାଧାନ୍ତୁ । ଦେଖିବେ ଆପଣଙ୍କ ଶରୀର ସପୂର୍ଣ୍ଣ ସଫା ହେଇଯିବ ।
– ଦହି ଓ ମୁଲତାନୀ ମାଟିକୁ ସଂଗ୍ରହ କରନ୍ତୁ ଓ ତାକୁ ମିଶାଇ ପେଷ୍ଟ ବନେଇ ନିଅନ୍ତୁ । ଗାଧୋଇବାର ଅଧଘଣ୍ଟା ପୁର୍ବରୁ ତାକୁ ଶରୀରରେ ଲଗାଇ ମାଲିସ୍ କରନ୍ତୁ ଓ ଗାଧୋଇ ପଡ଼ନ୍ତୁ ।ଏହାଦ୍ୱାରା ଶରୀର କୋମଳ ରହିବ ।
– ବେସନ ଓ ମଲାଇ ନିଅନ୍ତୁ ଓ ତାର ମଧ୍ୟ ଏକ ପେଷ୍ଟ ବନେଇ ନିଅନ୍ତୁ ସେହିପରି ଭାବେ ଭଲ ଭାବେ ମାଲିସ୍ କରି ଅଧଘଣ୍ଟା ପରେ ଗାଧୋଇ ପଡନ୍ତୁ ।
– ମଶୁର ଡ଼ାଲିକୁ ପାଉଡ଼ର ବନାଇ ତାକୁ ମହୁ ସହ ମିଶେଇ ରଖନ୍ତୁ । ଗାଧୋଇବା ସମୟରେ ତାକୁ ଶରୀରରେ ଲଗାଇ ଗାଧୋଇ ପଡନ୍ତୁ। ଏହିସବୁ ଉପାୟ ଅବଳମ୍ବନ କଲେ ଆପଣଙ୍କ ତ୍ୱଚା ଶୀତ ଦିନେ କୋମଳ ରହିବ ଏବଂ ସାବୁନର ଆବଶ୍ୟକତା ପଡ଼ିବନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking