35.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗ୩ ମାସ ପରେ କଙ୍କାଳ ଉଦ୍ଧାର, ୩ ଗିରଫ

୩ ମାସ ପରେ କଙ୍କାଳ ଉଦ୍ଧାର, ୩ ଗିରଫ

ଚନ୍ଦ୍ରପୁର : ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ହନମନ୍ତପୁର ପଞ୍ଚାୟତ ଅନ୍ଧାରଲିମା ଜଙ୍ଗଲରେ ମନୋରଞ୍ଜନ ବଳ୍ୟାରସିଂ ନାମକ ଯୁବକକୁ ଅତି ବିଭତ୍ସ ହତ୍ୟାକାଣ୍ଡ କରିବା ପରେ ଅଭିଯୁକ୍ତମାନେ ମୃତଦେହକୁ ପାହାଡ ଗୁମ୍ପାରେ ପୋତି ଦେଇଥିଲେ । ହତ୍ୟାକାଣ୍ଡର ୩ମାସ ପରେ ଚନ୍ଦ୍ରପୁର ପୋଲିସ ଆଜି ଗୁମ୍ପା ଭିତରୁ ମନୋରଞ୍ଜନ କଙ୍କାଳକୁ ଉଦ୍ଧାର କରିଛି । ଏଥିସହ ହତ୍ୟାକାଣ୍ଡରେ ସବୃକ୍ତିକୁ ନେଇ ଗଡାରିଥାନା ଅନ୍ତର୍ଗତ ପଙ୍କବାଡି ଗ୍ରାମର ରଘୁଭାଟ, ବିଷମକଟକ ଥାନାଅନ୍ତର୍ଗତ ସିନ୍ଧୀପଙ୍ଗା ଗ୍ରାମର ନକୁଳ ଦଣ୍ଡସେନା ଓ ହନମନ୍ତପୁର ଗ୍ରାମର ଗଣେଶ୍ୱର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଅନୁଯାୟୀ, ବିଷମକଟକ ବ୍ଲକ ସିନ୍ଦୀପଙ୍ଗା ଗ୍ରାମର ନକୁଳ ଦଣ୍ଡସେନାଙ୍କ ଭଉଣୀକୁ କନ୍ଧମାଳ ଜିଲ୍ଲା କୋଠଗଡର ମନୋରଞ୍ଜନ ବଳ୍ୟାରସିଂ ବୟସ(୪୨) ପ୍ରେମ କରୁଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନିବିଡ଼ ଥିଲା । ପରିବାର ଲୋକେ ଜାଣିବା ପରେ ଏହାକୁ ବିରୋଧ କରିଥିଲେ । କିନ୍ତ ମନୋରଞ୍ଜନ ବାରମ୍ବାର ଏହି ଗ୍ରାମକୁ ଆସି ନିଜ ପ୍ରେମିକାକୁ ଦେଖା କରୁଥିବାରୁ ନକୁଳ ଦଣ୍ଡସେନା ନିଜେ ଓ ଜଣେ ସହଯୋଗୀଙ୍କ ସହ ମିଶି ମନୋରଞ୍ଜନଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ । ଯୋଜନା ମୁତାବକ ଜୁନ ମାସରେ ନକୁଳ, ରଘୁଭାଟ ଓ ଗଣେଶ୍ୱରସାହୁ ମିଶି ଚନ୍ଦ୍ରପୁର ବ୍ଲକ ହନମନ୍ତପୁର ପଞ୍ଚାୟତ ଅନ୍ଧାରଲିମା ରାସ୍ତାର ପଙ୍କାଳଗୁଡି ଠାରୁ ଗୁନାଖାଲଯିବା ସମୟରେ ରାଉଗୁଡା ନିକଟସ୍ଥ ଜଙ୍ଗଲରେ ସନ୍ଧ୍ୟା ସମୟରେ ବନ୍ଧୁକରେ ଗୁଳିକରି ମନୋରଞ୍ଜନଙ୍କୁ ଧାରୁଆ ଅସ୍ତ୍ରରେ ଶରୀରକୁ କାଟି ଜଙ୍ଗଲର ଏକ ପାହାଡ଼ ଗୁମ୍ପାରେ ପୋତି ଦେଇଥିଲେ । ଦୀର୍ଘ ଦିନ ଧରି ମନୋରଞ୍ଜନ ନିଜ ଘର କୋଟଗଡ ନ ଫେରିବା ପରେ ଭାଇ ଚିତ୍ତରଞ୍ଜନ ବଳ୍ୟାରସିଂ ଗତ ଜୁନ ମାସ ୧୮ତାରିଖରେ ବିଷମକଟକ ଥାନାରେ ଏତଲା ଦେଇଥିଲେ । ବିଷମକଟକ ଏସ ଆଇ ଶ୍ରୀ ଏମ ଏସ ଶର୍ମା ଅଭିଯୋଗକୁ ଗୁରୁତର ନେଇ ତଦନ୍ତ କରିବା ସହ ମନୋରଞ୍ଜନ କେଉଁ କେଉଁ ଅଞ୍ଚଳରେ ରହୁଥିଲେ, କାହା ସହ ମିଳାମିଶା କରୁଥିଲେ ସେନେଇ ଚିତ୍ତରଞ୍ଜନଙ୍କ ନିକଟରୁ ତଥ୍ୟ ସଂଗଗ୍ରହ କରିଥିଲେ । ନକୁଳଦଣ୍ଡସେନା ଉପରେ ସନ୍ଦେହ କରୁଥିବା ନେଇ ଚିତ୍ତରଞ୍ଜନ ପୋଲିସକୁ ସୁଚନା ଦେବାପରେ ବିଷମକଟକ ଏସଡିପିଓ ଶ୍ରୀ ଆକାଶ ସାହୁଙ୍କ ନୃତୃତ୍ୱରେ ଆରମ୍ବ ହୋଇଥିଲା ଘଟଣାର ତଦନ୍ତ । ନକୁଳକୁ ପୋଲିସ ଉଠାଇ ଆଣି ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ହତ୍ୟା କାଣ୍ଡ ସମ୍ପର୍କରେ ସୁରାକ ପାଇଥିଲେ । ନିଜ ଭଉଣୀକୁ ପ୍ରେମ କରୁଥିବାରୁ ମନୋରଞ୍ଜନଙ୍କୁ ମାରିବାକୁ ଯୋଜନା କରିଥିବା ନକୁଳ ପୋଲିସ ନିକଟରେ ପ୍ରକାଶ କରିବାପରେ ହତ୍ୟାକାଣ୍ଡରେ ସଂପୃକ୍ତ ରଘୁଭାଟ ଓ ଗଣେଶ୍ୱର ସାହୁକୁ ପୋଲିସ ଗିରଫ କରିଥିଲେ । ସମସ୍ତ ଅଭିଯୁକ୍ତଙ୍କୁ ନେଇ ପୋଲିସ ଅନ୍ଦାରଲିମାର ରାଉଗୁଡା ଜଙ୍ଗଲକୁ ଯିବା ସହ ଗୁମ୍ପା ଭିତରୁ ମନୋରଞ୍ଜନଙ୍କ ମୃତଦେହକୁ ଉଦ୍ଧାର କରିଥିଲେ । ୩ ମାସ ପୁର୍ବରୁ ହତ୍ୟାକାଣ୍ଡ ଘଟିଥିବାରୁ ପୋଲିସ କେବଳ କଙ୍କାଳକୁ ଉଦ୍ଧାର କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking