27.1 C
Bhubaneswar
Thursday, April 25, 2024
Homeଅପରାଧଜମିବାଡ଼ିକୁ କେନ୍ଦ୍ରକରି ବିଭତ୍ସ ହତ୍ୟାକାଣ୍ଡ, ୬ ଗିରଫ

ଜମିବାଡ଼ିକୁ କେନ୍ଦ୍ରକରି ବିଭତ୍ସ ହତ୍ୟାକାଣ୍ଡ, ୬ ଗିରଫ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଢ଼ାଖୋଳ ଥାନା ଅନ୍ତର୍ଗତ ତଣ୍ଡାବିରା ଗ୍ରାମରେ ଘଟିଯାଇଛି ଏକ ବିଭତ୍ସ ହତ୍ୟାକାଣ୍ଡ । ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ରବିବାର ରାତିରେ ଏକ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି ସେହି ଗ୍ରାମର ଫକିର ସାହୁଙ୍କ ପୁତ୍ର ନିଲୁ ସାହୁ (୩୦)ନାମକ ଜଣେ ଯୁବକ । ଖବର ପାଇ ରେଢ଼ାଖୋଳ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା । ଏସଂକ୍ରାନ୍ତରେ ପୋଲିସ ୬ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚଲାଣ କରିଛି । ଏହି ବିଭତ୍ସ ହତ୍ୟାକାଣ୍ଡ କାରଣ ଜମିବାଡ଼ି ବୋଲି କୁହାଯାଉଥିବା ବେଳେ ବର୍ତ୍ତମାନ ମଧ୍ୟ କାରଣ ଅସ୍ପଷ୍ଟ ରହିଛି । ସୂଚନା ଅନୁଯାୟୀ, ରବିବାର ନିଲୁ ସାହୁ ଘରେ ଥିବା ସମୟରେ କିଛିଲୋକ ଆସି କବାଟ ବାଡ଼େଇ ତାକୁ ଡାକିଥିଲେ । ସେ କବାଟ ଖୋଲି ବାହାରକୁ ଆସିବା ମାତ୍ରେ ସେମାନେ ଟାଣିନେଇ ଠେଙ୍ଗା, ଲାଠୀ, ଟାଙ୍ଗିଆ ଆଦି ଧାରୁଆ ଅସ୍ତ୍ରରେ ତାଙ୍କ ଉପରେ ନୃସଂଶ ଭାବେ ଆକ୍ରମଣ କରି ଚାଲିଲେ । ନିଲୁଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ପିତା ଫକିର ମଧ୍ୟ ସେମାନଙ୍କ ଆକ୍ରମଣରେ ଆହତ ହୋଇଥିଲେ । ତେବେ ଖବର ପାଇ ରେଢ଼ାଖୋଳ ଥାନା ଅଧିକାରୀ ସୁରୁବାବୁ ଛତ୍ରିଆ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ନିଲୁଙ୍କ ପ୍ରାଣବାଯୁ ଉଡ଼ିସାରିଥିଲା । ଘଟଣସ୍ଥଳରେ ହିଁ ନିଲୁଙ୍କ ଶବ ପଡ଼ି ରହିଥିଲା । ପୋଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲା । ସମ୍ବଲପୁରରୁ ସାଇଣ୍ଟିଫିକ ଦଳ ମଧ୍ୟ ସେଠାରେ ଯାଇ ଅନୁସନ୍ଧାନ କରିଥିଲେ । ମୃତ ନିଲୁଙ୍କ ପିତାଙ୍କ ପକ୍ଷରୁ ଫକିର ମୋହନ ସାହୁ(୭୨)ଙ୍କ ଏତଲାକୁ ଆଧାର କରି ରେଢ଼ାଖୋଳ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା ପୋଲିସ ସୂତ୍ରରୁ ପ୍ରକାଶ । ଏସଂକ୍ରାନ୍ତରେ ପୋଲିସ ଉକ୍ତ ଗ୍ରାମର ବଳରାମ ସାହୁ ଓରଫ ବାବୁ(୫୦), ବଳରାମର ସ୍ତ୍ରୀ ଶାନ୍ତି ସାହୁ(୪୫), ବଳରାମର ଦୁଇ ପୁଅ ସୁନିଲ(୨୬) ଓ ଅନିଲ (୨୦),ତଥା ବାସୁଦେବ ସାହୁ(୭୪) ଓ ତା ସ୍ତ୍ରୀ ରାଧା ସାହୁ(୬୫)କୁ ଗିରଫ କିବା ସହ ତାଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ୪ଟି ରକ୍ତଲଗା ଟାଙ୍ଗିଆ ଓ ୨ଟି ଲାଠିକୁ ଜବତ କରିଛି । ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚଲାଣ କରାଯାଇଥିବା ବେଳେ ସେମାନଙ୍କ ଜାମିନ୍ ଆବେଦନ ଖାରଜ ହୋଇଯିବାରୁ ସମସ୍ତଙ୍କୁ ଜେଲକୁ ପଠାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking