29.1 C
Bhubaneswar
Wednesday, April 24, 2024
Homeଓଡିଶାକୁକୁଡ଼ା ବେପାରୀକୁ ଅପହରଣ ଅଭିଯୋଗରେ କୁକୁଡ଼ା ଫାର୍ମ ମାଲିକ ସମେତ ୪ ଗିରଫ 

କୁକୁଡ଼ା ବେପାରୀକୁ ଅପହରଣ ଅଭିଯୋଗରେ କୁକୁଡ଼ା ଫାର୍ମ ମାଲିକ ସମେତ ୪ ଗିରଫ 

ଦେବଗଡ଼ : ବାରକୋଟ ଥାନା ଅନ୍ତର୍ଗତ ରାଜମୁଣ୍ଡା ଗ୍ରାମରୁ ଜଣେ କୁକୁଡ଼ା ବେପାରୀକୁ ବରଗଡ଼ ଜିଲ୍ଲାର ଜଣେ କୁକୁଡ଼ା ଫାର୍ମ ମାଲିକ ଅପହରଣ କରିବା ଅଭିଯୋଗରେ ବାରକୋଟ ଥାନା ପୁଲିସ ଆଜି କୁକୁଡ଼ା ଫାର୍ମ ମାଲିକ ସମେତ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି । ଗିରଫ ଅଭିଯୁକ୍ତଙ୍କୁ ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ ହାଜତ କୁ ପଠାଇ ଦିଆଯାଇଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜମୁଣ୍ଡା ଗ୍ରାମର ପବିତ୍ର ମହନ୍ତ ନିଜ ଭାଇ ଚନ୍ଦନ ମହନ୍ତ ସହ ଏକ ଫାଷ୍ଟ ଫୁଡ ଓ କୁକୁଡ଼ା ବ୍ୟବସାୟ କରିଥାନ୍ତି ।

ଗତ ଜାନୁଆରୀ ୨ ତାରିଖ ଦିନ ଚନ୍ଦନ ବରଗଡ ଜିଲ୍ଲା ମେଲ୍ଛାମୁଣ୍ଡା ଥାନା ଅନ୍ତର୍ଗତ କୁଚିପାଲି ଗ୍ରାମର ମହେଶ୍ୱର ମେହେରଙ୍କ ଠାରୁ ୨ଲକ୍ଷ ୨୨ ହଜାର ୫ଶହ ଟଙ୍କାର ବ୍ରଏଲର କୁକୁଡ଼ା ରଖିଥିଲେ । ପ୍ରାପ୍ୟ ପାଇଁ ମହେଶ୍ୱର ୫ ତାରିଖ ଦିନ ରାଜମୁଣ୍ଡା ଗ୍ରାମକୁ ଆସିଥିଲେ ମଧ୍ୟ ପ୍ରାପ୍ୟ ନ ପାଇ ଫେରି ଯାଇଥିଲେ । ତେବେ ଗତ ଗତ ଗୁରୁବାର  ମହେଶ୍ୱର ବିଜେପୁର ଥାନା ଅନ୍ତର୍ଗତ ଲାଉମୁଣ୍ଡା ଗ୍ରାମର ନାରାୟଣ ମେହେର, ପଦ୍ମପୁର ଥାନା ଅନ୍ତର୍ଗତ ବିସିପାଲି ଗ୍ରାମର ମାନୁ ରଣା, ବରପାଲି ଥାନା ଅନ୍ତର୍ଗତ ବାଙ୍ଗୁଡା ଗ୍ରାମର ଶିବାନନ୍ଦ ଅଦାବାର ଓ ବିଜେପୁର ଥାନା ଅନ୍ତର୍ଗତ ଲାଉମୁଣ୍ଡା ଗ୍ରାମର ଶୁଭମ ମେହେର ଙ୍କ ସହ ଏକ ଏର୍ତିଗା କାର ରେ ରାଜମୁଣ୍ଡା ଗ୍ରାମକୁ ଆସି ଦୋକାନରୁ ଚନ୍ଦନ ମହନ୍ତଙ୍କୁ ବଳପୂର୍ବକ ବସାଇ ନେଇଯିବା ସହ ୨ଲକ୍ଷ ୨୨ ହଜାର ଟଙ୍କା ନଦେଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ।

ଏ ନେଇ ଚନ୍ଦନଙ୍କ ଭାଇ ପବିତ୍ର ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ବାରକୋଟ ଥାନା ପୁଲିସ ଅପହରଣ ସମେତ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ବରଗଡ ଜିଲ୍ଲାର ବିଭିନ୍ନ ଥାନାଞ୍ଚଳରେ ରହୁଥିବା ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅପହୃତ ଚନ୍ଦନକୁ ଉଦ୍ଧାର କରିଥିଲେ । ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ବିଚାର ବିଭଗୀୟ ହାଜତକୁ ପଠାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking