30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଯବାନ-ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟଣା : ପଦାକୁ ଆସିଲା କାରଣ

ଯବାନ-ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟଣା : ପଦାକୁ ଆସିଲା କାରଣ

ରାୟପୁର: ଆଜି ସକାଳ ୮ଟା ୪୫ ସମୟରେ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ଥିବା ଏକ ଆଇଟିବିପି କ୍ୟାମ୍ପରେ ଯବାନ-ଯବାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ୬ ଜଣ ଯବାନଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଥିଲେ । େତେବେ ସେମାନଙ୍କ ମୃତ୍ୟୁର କାରଣ ଏବେ ପଦାକୁ ଆସିଛି । ଜଣେ ଯବାନ ଛୁଟି ମିଳିବାରେ ବିଳମ୍ବ ହେଉଥିବା କାରଣରୁ କ୍ରୋଧରେ ଆସି ୫ ଜଣ ଯବାନଙ୍କୁ ଗୁଳି କରି ହତ୍ୟା କରିଥିବା ବେଳେ ନିଜେ ନିଜକୁ ଏକେ-୪୭ରେ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି ବୋଲି ବିଶ୍ବସ୍ତ ସୂତ୍ରରୁ ପ୍ରକାଶ ।
ସୂଚନା ଅନୁସାରେ, ଦୀର୍ଘ ଦିନ ହେବ ଯବାନଙ୍କୁ ଛୁଟି ମିଳିବାରେ ବିଳମ୍ବ ହୋଇ ଚାଲିଥିଲା । ଏହି କାରଣକୁ ନେଇ ସେ ଅନ୍ୟ ଯବାନମାନଙ୍କ ସହ ଯୁକ୍ତିତର୍କ କରିଥିଲେ । ଅନ୍ୟ ଯବାନମାନେ ତାଙ୍କୁ ପ୍ରତ୍ୟୁତ୍ତର ଦେବାରୁ ସେ କ୍ରୋଧରେ ଆସି ଗୁଳି ଚାଳନା କରିଥିଲେ। ବସ୍ତର ଇନସପେକ୍ଟର ଜେନେରାଲ୍ ଅଫ୍ ପୁଲିସ୍ ପି ସୁନ୍ଦେରାଜ ଇଣ୍ଡୋ ତିବ୍ଦତିଆନ୍ ବର୍ଡର ପୁଲିସ୍(ଆଟିବିପି) କ୍ୟାମ୍ପର ୪୫ତମ ବଟାଲିୟନରେ ରାଗରେ ଆସି ଏପରି କାଣ୍ଡ ଘଟାଇଥିଲେ।
https://onakhabar.com/2019/12/04/six-itbp-persons-killed-in-group-clash/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking