29.1 C
Bhubaneswar
Saturday, April 20, 2024
Homeଓଡିଶାଆଜି ବଲାଙ୍ଗିରରୁ ୬ ଆକ୍ରାନ୍ତ ଚିହ୍ନଟ

ଆଜି ବଲାଙ୍ଗିରରୁ ୬ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର : ଆଜି ବଲାଙ୍ଗିର ଜିଲ୍ଲାରୁ ୬ ଜଣ କୋଭିଡ଼ ପଜେଟିଭ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୫ ଜଣ ଗ୍ରାମାଂଚଳର ଏବଂ ଜଣେ ଓଏସଏପି.ର ବୋଲି ସରକାରୀ ସୂତ୍ରରେ କୁହାଯାଇଛି । ତେବେ ତୁରେକେଲା ବ୍ଲକ ରାମୁଡ଼ରୁ ୧, ପୁଇଁନ୍ତଲା ବ୍ଲକ ଭାଲେରରୁ ୧, ପୁଇଁନ୍ତଲା ବ୍ଲକ ଜାମସରରୁ ୧, ଦେଓଗାଁ ବ୍ଲକ୍ ଜରାସିଂଗାରୁ ୧ ଏବଂ ପାଟଣାଗଡ଼ ବ୍ଲକ୍ ଦମକୀପାଲିରୁ ୧ ସଂକ୍ରମିତ ହୋଇଛନ୍ତି । ଆଜି ସମସ୍ତ ସଂକ୍ରମିତ ପୁରୁଷ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ଦୁଇ ଜଣ ଏବଂ ପଜିଟିଭ୍ ସଂସ୍ପର୍ଶରେ ଆସି ତିନି ଜଣ ସଂକ୍ରମଣର ଶିକାର ହୋଇଛନ୍ତି । ଆଜିର ସଂକ୍ରମଣକୁ ମିଶାଇ ବଲାଙ୍ଗିର ଜିଲ୍ଲାରେ ୬୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୪୧୫ ଜଣ ସୁସ୍ଥ ହୋଇ ସାରିଛନ୍ତି । ବର୍ତ୍ତମାନ ୨୨୨ ଜଣ ସଂକ୍ରମିତ ଚିକିତ୍ସିତ ହେଉଥିବା ରିପୋର୍ଟରେ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking