30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଏକକ ପିଜି ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ

ଏକକ ପିଜି ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର: ଏକକ ପିଜି ପ୍ରବେଶିକା ପରୀକ୍ଷାର ମେଧା ତାଲିକା ଆଜି ପ୍ରକାଶ ପାଇଛି । ପରିସଂଖ୍ୟାନ ବିଭାଗର ଖୁସି ଅଗ୍ରଓାଲ ୯୧.୨୯ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି । ୭୦ଟି ୟୁନିଭର୍ସିଟି ଓ କଲେଜର ୧୪,୪୦୧ ସିଟ୍ ପାଇଁ ପରୀକ୍ଷା ହୋଇଥିଲା । ମେଧା ତାଲିକା ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁ.ସାମସଓଡିଶା.ଜିଓଭି.ଇନରେ ଏହା ଉପଲବ୍ଧ ରହିଛି । ରାଜ୍ୟରେ ପ୍ରଥମଥର ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା ହୋଇଥିଲା । ଏଥିରେ ମୋଟ ୫୫,୭୪୬ ଜଣ ପ୍ରବେଶିକା ପରୀକ୍ଷା ଦେଇଥିଲେ । ୫୨,୭୮୦ ଜଣଙ୍କର ମେଧା ତାଲିକା ୱେବସାଇଟ‌ରେ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ www.samsodisha.gov.inରେ Post Graduation କ୍ଲିକ୍‌ କରି State wide provisional Merit List ଲିଙ୍କରେ ଏହି ପିଜି ପ୍ରବେଶିକା ପରୀକ୍ଷା ବିଷୟ ଅନୁଯାୟୀ ମେଧାତାଲିକା ଦେଖିପାରିବେ। ଏଥି ସହିତ ଛାତ୍ରଛାତ୍ରୀମାନେ ସେମାନଙ୍କର ୱେବସାଇଟ‌ରେ ୟୁଜର ନେମ୍‌ ଓ ପାସ୍‌ୱାର୍ଡ ଦେଇ ଲଗ୍‌ଇନ୍‌ କରି ମଧ୍ୟ MIS Reportରେ ବିଶ୍ୱବିଦ୍ୟାଳୟ/ମହାବିଦ୍ୟାଳୟ ଅନୁସାରେ ମେଧା ତାଲିକା ଦେଖିପାରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking