27.1 C
Bhubaneswar
Friday, March 29, 2024
Homeଓଡିଶାଆରମ୍ଭହେଲା ଏକକ ପିଜି ପ୍ରବେଶିକା ପରୀକ୍ଷା

ଆରମ୍ଭହେଲା ଏକକ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ସରକାରୀ ବିଶ୍ୱବିଦ୍ୟାଳୟ, ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରୀ କଲେଜରେ ଥିବା ପିଜି ତଥା ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଲାଗି ସୋମବାରଠାରୁ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି) ଆରମ୍ଭ ହୋଇଛି । ଅଗଷ୍ଟ ୧୩ ଯାଏ(ଅଗଷ୍ଟ ୭, ୯ ଓ ୧୧ ବ୍ୟତୀତ) ଚାଲିବାକୁ ଥିବା ଏହି ପ୍ରବେଶିକା ପରୀକ୍ଷାରେ ୫୭,୨୯୭ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଛନ୍ତି । ପରୀକ୍ଷା ଲାଗି ସାରା ରାଜ୍ୟରେ ୨୬ଟି କେନ୍ଦ୍ର କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ହୋଇଛି ।  ତିନୋଟି ସେସନ୍ ଯଥା ପୂର୍ବାହ୍ନ ୧୦ଟାରୁ ୧୧ଟା ୩୦ ମଧ୍ୟରେ ପ୍ରଥମ, ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦ୍ୱିତୀୟ ଓ ଅପରାହ୍ନ ୩ଟାରୁ ୪ଟା ୩୦ ମଧ୍ୟରେ ତୃତୀୟ ସେସନ୍ ପରୀକ୍ଷା ଅନୁଷ୍ଠିତ ହେବ ।

ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ଲାଗି ଅତିରିକ୍ତ ୩୦ ମିନିଟ୍ ସମୟ ଧାର୍ଯ୍ୟ ରହିଛି । ଆଜି ନୃତତ୍ତ୍ୱ ବିଜ୍ଞାନ, ଭୂଗୋଳ, ଏମ୍‌ବିଏ ଓ ମେରାଇନ୍ ସାଇନ୍ସ ବିଷୟରେ ପରୀକ୍ଷା ଅନୁଷ୍ଠିତ ହୋଇଛି । କୋଭିଡ୍ କଟକଣା ମଧ୍ୟରେ ହେଉଥିବା ଏହି ପ୍ରବେଶିକା ପରୀକ୍ଷାକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସଂଯୋଜନା କରୁଛି । ଅଗଷ୍ଟ ୧୨ରୁ ୨୦ ମଧ୍ୟରେ ପ୍ରାର୍ଥୀମାନେ ନିଜର ସ୍ନାତକ ମାର୍କ ଅପଲୋଡ୍ କରିବେ । ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଗଷ୍ଟ ୨୨ସୁଦ୍ଧା ଓକାକ୍ କର୍ତ୍ତୃପକ୍ଷଙ୍କୁ ପ୍ରବେଶିକା ପରୀକ୍ଷା ମାର୍କ ହସ୍ତାନ୍ତର କରାଯିବ । ଅଗଷ୍ଟ ୨୫ ଅପରାହ୍ନ ୨ଟାରେ ରାଜ୍ୟସ୍ତରୀୟ ବିଷୟଭିତ୍ତିକ ମେଧା ତାଲିକା ପ୍ରକାଶ ପାଇବ ଏବଂ ୨୫ରୁ ୩୦ ତାରିଖ ମଧ୍ୟରେ ଯୋଗ୍ୟ ପ୍ରାର୍ଥୀମାନେ ଚଏସ୍ ଫିଲିଂ କରିପାରିବେ । ସେପ୍ଟେମ୍ବର ୫ରେ ପ୍ରଥମ ପର୍ଯ୍ୟାୟ ପ୍ରୋଭିଜନାଲ ସିଟ୍ ଆଲଟ୍‌ମେଣ୍ଟ ତାଲିକା ପ୍ରକାଶ କରାଯିବ ।

୬ ଓ ୭ ତାରିଖରେ ଛାତ୍ରଛାତ୍ରୀ ସେମାନଙ୍କୁ ଆଲଟ୍ ହୋଇଥିବା ଶିକ୍ଷାନୁଷ୍ଠାନରେ ନାମ ଲେଖାଇବେ । ସେପ୍ଟେମ୍ବର ୧୩ରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରୋଭିଜନାଲ ସିଟ୍ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇବ ଏବଂ ୧୪ ଓ ୧୫ରେ ନାମଲେଖା ହେବ । ୨୦ ତାରିଖରେ ଖାଲିଥିବା ସିଟ୍ ତାଲିକା ସାମ୍‌ସ ୱେବସାଇଟ୍‌ରେ ଉପଲବ୍ଧ ହେବ । ୨୩ ତାରିଖରେ ସ୍ପଟ୍ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ଏବଂ ୨୪ରୁ ୨୬ ତାରିଖ ମଧ୍ୟରେ ଶିକ୍ଷାନୁଷ୍ଠାନରେ ରିପୋର୍ଟିଂ ହେବ । ୨୮ ତାରିଖରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ଚୂଡ଼ାନ୍ତ ସ୍ପଟ୍ ମେରିଟ୍ ତାଲିକା ପ୍ରକାଶ କରାଯିବ । ୨୯ ଓ ୩୦ ତାରିଖରେ ନାମଲେଖା ହେବ । ୨୦୨୨-୨୩ ଶିକ୍ଷାବର୍ଷରେ ନାମଲେଖା ପ୍ରକ୍ରିୟା ଶେଷ ହେବା ପରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ନାମଲେଖା ଫି’ ଆଦାୟ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking