ଓଲିଉଡ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର :ପୁଣି ଓଲିଉଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି । କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ ହୋଇଛି । କରୋନା ସହ ଗତ ମେ’ ମାସରୁ ସଂଘର୍ଷ କରି କରି ଶନିବାର ରାତି ୧୧ଟା ୧୫ ବେଳକୁ ସେ ସବୁଦିନ ପାଇଁ ଆଖି ବୁଜିଦେଲେ । ତାଙ୍କ ବିୟୋଗରେ ସାରା ଓଡ଼ିଶାବାସୀଙ୍କ ସମେତ ସମଗ୍ର କଳା ଜଗତ ଓ ବିଭିନ ମହଲରେ ଶୋକ ଖେଳି ଗଲାଣି । କରୋନାରେ ଆକ୍ରାନ୍ତ ହୋଇ ଗତ କିଛିଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଥିଲା । ତାଙ୍କର ଅକ୍ସିଜେନ୍ ଲେବୁଲ୍ ମଧ୍ୟ କମି ଯାଇଥିଲା । ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା ଜାରି ରହିଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ, ଗତ ୨୮ ଦିନ ହେଲା ସେ ମହାମାରୀ କରୋନାରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । ପ୍ରଥମେ ଗୋଟିଏ ହସ୍ପିଟାଲ୍‌ରେ ୬ଦିନ ଚିକିତ୍ସା ହେବା ପରେ ଆଉ ଏକ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ସେ ଗୁରୁତର ହୋଇପଡ଼ିଥିବା ଖବର ଆସିବା ପରେ କଳାକାରମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଥିଲେ । ଅନ୍ୟପକ୍ଷରେ ତପୁଙ୍କ ଚିକିତ୍ସା ପାଇଁ ସମସ୍ତ କଳାକାର ସହଯୋଗର ହାତ ବଢ଼ାଇଥିଲେ । ସେହିପରି ପ୍ରବାସୀ ଓଡ଼ିଆମାନେ ମଧ୍ୟ ତପୁଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ ।

LEAVE A REPLY

Please enter your comment!
Please enter your name here