34.1 C
Bhubaneswar
Friday, March 29, 2024
Homeଓଡିଶାପରଲୋକରେ ହ୍ୟୁମାନ ସାଗରଙ୍କ ବାପା

ପରଲୋକରେ ହ୍ୟୁମାନ ସାଗରଙ୍କ ବାପା

କଟକ : ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବାପା ରବିଚନ୍ଦ୍ର ସାଗରଙ୍କର ନିଧନ ହୋଇଯାଇଛି । ହ୍ୟୁମାନ ସାଗରଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ବେଳେ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିବା ସୁଚନା ମିଳିଛି । ସୁଚନା ଯେ, ହ୍ୟୁମାନଙ୍କ ବାପା ୧୫ ଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା । କିନ୍ତୁ ଗତକାଲି ହଠାତ୍ ତାଙ୍କ ଅବସ୍ଥା ବିଗିଡିଯାଇଥିଲା । ଏହାପରେ ତାଙ୍କର ଦେହାନ୍ତ ହୋଇଥିବା ଖବର ପ୍ରକାଶ ପାଇଛି । ରବିଚନ୍ଦ୍ର ସାଗର ପେଶାରେ ଜଣେ ଶିକ୍ଷକ ଥିଲେ । ଏଥିସହିତ ସମାଜସେବୀ ଭାବରେ ମଧ୍ୟ ସେ ବେଶ୍ ପରିଚିତ ଥିଲେ। ତେବେ ତାଙ୍କ ବିୟୋଗରେ ଓଲିଉଡ୍ ର ବିଭିନ୍ନ କଳାକାର ଶୋକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking