40.1 C
Bhubaneswar
Thursday, April 25, 2024
Homeଓଡିଶାବିଜେପି ରାଜ୍ୟ ସଭାପତିଙ୍କୁ ଭେଟିଲେ ସିଙ୍ଗାପୁର କନ୍‌ସଲ୍ ଜେନେରାଲ ଶ୍ରୀ ଚିେଆଙ୍ଗ ମିଙ୍ଗ୍ ଫୁଙ୍ଗ୍‌

ବିଜେପି ରାଜ୍ୟ ସଭାପତିଙ୍କୁ ଭେଟିଲେ ସିଙ୍ଗାପୁର କନ୍‌ସଲ୍ ଜେନେରାଲ ଶ୍ରୀ ଚିେଆଙ୍ଗ ମିଙ୍ଗ୍ ଫୁଙ୍ଗ୍‌

ରାଜ୍ୟ ସଭାପତିଙ୍କୁ ଭେଟିଲେ ସିଙ୍ଗାପୁର କନ୍‌ସଲ୍ ଜେନେରାଲ ଶ୍ରୀ ଚିେଆଙ୍ଗ ମିଙ୍ଗ୍ ଫୁଙ୍ଗ୍‌
ଶିକ୍ଷା, ବିକାଶ, ଦକ୍ଷତା, ପ୍ରଯୁକ୍ତିବିଦ୍ୟା ତଥା ସାଂସ୍କୃତିକ ପରମ୍ପରା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
 ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଭାରତବର୍ଷ ଅନେକ କ୍ଷେତ୍ରରେ ଆଗେଇବା ସହିତ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସାମର୍ଥ୍ୟ ହୋଇପାରିଛି : ଶ୍ରୀ ଫୁଙ୍ଗ୍‌
 ସିଙ୍ଗାପୁରର ବ୍ୟାକିଂ, ଆର୍ଥିକ ଅନୁଷ୍ଠାନ ଏବଂ ଆଇଟି କ୍ଷେତ୍ରରେ ଓଡିଆଙ୍କ ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ : ସମୀର ମହାନ୍ତି
ଭୁବନେଶ୍ୱର, : ମୁମ୍ବାଇଠାରେ ଅବସ୍ଥାପିତ ସିଙ୍ଗାପୁର କନ୍‌ସଲ୍ ଜେନେରାଲ ଶ୍ରୀ ଚିେଆଙ୍ଗ ମିଙ୍ଗ୍ ଫୁଙ୍ଗ୍ ଆଜି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କୁ ସାକ୍ଷାତ କରିଛନ୍ତି । ଓଡିଆ ପରଂପରା ଅନୁଯାୟୀ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ଶ୍ରୀ ଫୁଙ୍ଗ୍‌ଙ୍କୁ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଏବଂ ସିଙ୍ଗାପୁର କନସେଲ ଶ୍ରୀ ଫୁଙ୍ଗ୍ ଶିକ୍ଷା, ବିକାଶ, ଦକ୍ଷତା ଓ ପ୍ରଯୁକ୍ତିବିଦ୍ୟା ତଥା ସାଂସ୍କୃତିକ ପରମ୍ପରା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ ।
ଭାରତ ଏବଂ ସିଙ୍ଗାପୁର ସଂପର୍କ ବହୁ ପୁରୁଣା । ସିଙ୍ଗାପୁରର ବ୍ୟାକିଂ, ଆର୍ଥିକ ଅନୁଷ୍ଠାନ ଏବଂ ଆଇଟି କ୍ଷେତ୍ରରେ ଓଡିଆଙ୍କ ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଭାରତବର୍ଷ ଅନେକ କ୍ଷେତ୍ରରେ ଆଗେଇବା ସହିତ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସାମର୍ଥ୍ୟ ହୋଇପାରିଛି । ଭାରତବର୍ଷର ସଭ୍ୟତା, ସଂସ୍କୃତି ଓ ପରଂପରାର ସ୍ୱତନ୍ତ୍ର ସ୍ଥାନ ରହିଛି । ଓଡିଆ ଐତିହ୍ୟ, କିର୍ତୀରାଜ, ଭାସ୍କର୍ଯ୍ୟ ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ଭାରତରେ ଦକ୍ଷତାର ଅଭାବ ନାହିଁ ଏବଂ ଦକ୍ଷତାକୁ ବୃଦ୍ଧି କରାଇବା ପାଇଁ ଦୁଇ ଦେଶ ମଧ୍ୟରେ ଥିବା ସୁସଂପର୍କକୁ ଆହୁରି ଅଧିକ ସୁଦୃଢ କରିବା ଉଦ୍ଦେଶ୍ୟରେ ସେ ଓଡିଶା ଗସ୍ତରେ ଆସିଛନ୍ତି । ଓଡିଶା ସହିତ ମଧ୍ୟ ସୁସଂପର୍କ ପ୍ରତିଷ୍ଠା କରିବା ଆମର ମୁଳ ଲକ୍ଷ୍ୟ ବୋଲି ଶ୍ରୀ ଫୁଙ୍ଗ୍ କହିଛନ୍ତି ।
ଆୟତନ ଏବଂ ଜନସଂଖ୍ୟା ପରିପ୍ରେକ୍ଷୀରେ ସିଙ୍ଗାପୁର ଏକ ଛୋଟିଆ ଏବଂ କୈାଣସି ପ୍ରାକୃତିକ ସଂପଦ ଭରପୁର ନଥିବା ଦେଶ ହୋଇଥିବା ସତ୍ୱେ ସିଙ୍ଗାପୁର ଆଜି ବିକାଶର ଶୀର୍ଷରେ ପହଂଚିଛି । ଅତ୍ୟନ୍ତ ଛୋଟିଆ ଦେଶ ଏବଂ ଶିକ୍ଷାକୁ ପ୍ରାଧାନ୍ୟ ଦେଉଥିବା ଏହି ରାଷ୍ଟ୍ର ଆଜି ଜଳ ସଂରକ୍ଷଣରୁ ଆରମ୍ଭ କରି ଭିତିଭୁମି, ନିଯୁକ୍ତି ସୁଯୋଗ, ବିଦେଶୀ ପୁଞ୍ଜିନିବେଶ, ଶକ୍ତି, ଫୁଡ୍ ପ୍ରୋସେସିଂ ଆଦି କ୍ଷେତ୍ରରେ ଆମ ସମସ୍ତଙ୍କ ପାଇଁ ଉଦାହରଣ ହୋଇଛି । ସାମାଜିକ, ସ୍ୱାସ୍ଥ୍ୟ, ଆର୍ଥିକ ଆଦି କ୍ଷେତ୍ରରେ ସିଙ୍ଗାପୁରବାସୀ ବହୁ ଆଗରେ ଅଛନ୍ତି । ସାମୁଦ୍ରିକ ପଥ କାରଣରୁ ବାଣିଜ୍ୟ କ୍ଷେତ୍ରରେ ଓଡିଶା ଏବଂ ସିଙ୍ଗାପୁର ସଂପର୍କ ବହୁ ସୁଦୃଢ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ଅବସରରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ଅନୀତା ଶୁଭଦର୍ଶୀନି, ରାଜ୍ୟ ସାଧାରଣ ସଂପାଦକ ଡ. ଲେଖାଶ୍ରୀ ସାମନ୍ତସିଂହାର, ଗୋଲକ ମହାପାତ୍ର, ରାଜ୍ୟ ସଂପାଦକ ଅଭିମନ୍ୟୁ ସେଠୀ, ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ରମାରଂଜନ ବଳିୟାରସିଂହ, ଠାକୁର ରଣଜିତ୍ ଦାସ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ୍‌, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ ପାଣିଗ୍ରାହୀ, ମନସ୍ମିତା ଖୁଂଟିଆ, ପବିତ୍ର ଦାଶ, ଅରୁଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking