34.1 C
Bhubaneswar
Thursday, March 28, 2024
Homeଓଡିଶାନଭେମ୍ବର ୧ରୁ ଖୋଲିବ ଶିମିଳିପାଳ

ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ

ବାରିପଦା : ଦେଶର ଅଷ୍ଟମ ଜୈବମଣ୍ଡଳ ଭାବେ ପରିଚିତ ଶିମିଳିପାଳ ଆସନ୍ତା ନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ଲାଗି ଖୋଲିବ। ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଛି। ରାଜ୍ୟ, ଦେଶ ତଥା ବିଦେଶରୁ ପ୍ରତିବର୍ଷ ସହସ୍ରାଧିକ ପର୍ଯ୍ୟଟକ ଏଠାକୁ ଆସି ଜୀବଜନ୍ତୁ ସହିତ ନଦୀ, ଝରଣା, ଜଳପ୍ରପାତ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି। ଚଳିତବର୍ଷ କୋଭିଡ କଟକଣା ପାଇଁ ଗତ ପର୍ଯ୍ୟଟନ ଋତୁର ଜୁନ୍‍ ୧୫ ତାରିଖରେ ବନ୍ଦ ହେବାର ଥିଲେ ମଧ୍ୟ ବହୁ ଆଗରୁ ପର୍ଯ୍ୟଟକଙ୍କ ପ୍ରବେଶକୁ ନିଷେଧ କରି ଦିଆଯାଇଥିଲା। ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳରେ ଥିବା ବିଭିନ୍ନ କଟେଜ ତଥା ପର୍ଯ୍ୟଟକ ବଙ୍ଗଳା ଗୁଡିକରେ ରହିବା ପାଇଁ ଅନ୍‍ଲାଇନ ଅଗ୍ରୀମ ବୁକିଂ ସୁବିଧା ରହିଛି। ଶିମିଳିପାଳରେ ପର୍ଯ୍ୟଟକଙ୍କ ପାଇଁ ଆଦିବାସୀ ଖାଦ୍ୟର ମଧ୍ୟ ବ୍ୟବସ୍ଥା ରହିଛି ଏବଂ ପର୍ଯ୍ୟଟକମାନେ ଚାହିଁଲେ ଏହାର ସ୍ୱତନ୍ତ୍ର ସ୍ୱାଦ ପାଇପାରିବେ। ଏବର୍ଷ ଶୀତ ଶୀଘ୍ର ଅନୁଭୂତ ହେଉଥିବାରୁ ନଭେମ୍ବର ଓ ଡିସେମ୍ବରରେ ଶିମିଳିପାଳରେ ପର୍ଯ୍ୟଟକଙ୍କ ଭିଡ ରହିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking