31.1 C
Bhubaneswar
Tuesday, April 23, 2024
Homeଓଡିଶାରଥଯାତ୍ରାରେ ରୂପାରେ ଛାଉଣୀ ହେବ ସିଂହଦ୍ୱାର, ଏଏସ୍‌ଆଇ ଅନୁମତିକୁ ଅପେକ୍ଷା

ରଥଯାତ୍ରାରେ ରୂପାରେ ଛାଉଣୀ ହେବ ସିଂହଦ୍ୱାର, ଏଏସ୍‌ଆଇ ଅନୁମତିକୁ ଅପେକ୍ଷା

ପୁରୀ: ରଥଯାତ୍ରା ସମୟରେ ରୂପାରେ ଛାଉଣୀ ହେବ ଶ୍ରୀମନ୍ଦିର ସିଂହଦ୍ୱାର । ଏନେଇ ଏଏସ୍‌?ଆଇ କୁ ମଗାଯାଇଛି ଅନୁମତି । ସେହି ସମୟରେ ଭକ୍ତଙ୍କ ନିମନ୍ତେ ଉତ୍ତର ଦ୍ୱାର ଦେଇ ପ୍ରବେଶ ବ୍ୟବସ୍ଥା କରାଯିବ । ସେହିପରି ରତ୍ନ ପଲଙ୍କର ମଧ୍ୟ ମରାମତି ସହ ନୂତନ ସେଟ୍ ନିର୍ମାଣ ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏନେଇ ସୂଚନା ଦେଇଥିଲେ । ଅନ୍ୟପଟେ ନୂଆ ହାତି ଦାନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯିବ ବୋଲି ସୂଚନା ଦେଇଥିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ । ତେବେ ପୁରୁଣା ରତ୍ନ ପଲଙ୍କ ପରି ନୂତନ ରତ୍ନ ପଲଙ୍କର ଓଜନ ସମାନ ରହିବ । ନୂଆ ହାତୀଦାନ୍ତ ନମିଳିଲେ ପୁରୁଣା ହାତୀ ଦାନ୍ତରେ ରତ୍ନ ପଲଙ୍କ ତିଆରି କରାଯିବ । ପୂର୍ବରୁ ଶ୍ରୀମନ୍ଦିରର ୮ଟି ଦ୍ୱାର ରୂପା ଛାଉଣୀ କରାଯିବା ନେଇ ଆଜି ବୈଠକ ବସିଥିଲା । ବୈଠକରେ କାଠ ଡିଜାଇନ ଚୂଡ଼ାନ୍ତ ହୋଇଥିଲେ ହେଁ ରୂପା ଆସ୍ତରଣ ଡିଜାଇନ ଚୂଡ଼ାନ୍ତ ହୋଇପାରି ନଥିଲା ।

ଉତ୍କଳୀୟ କଳାଶୈଳୀ ଆଧାରରେ ହେବ ଶ୍ରୀମନ୍ଦିରର ଦ୍ୱାର ନିର୍ମାଣ କାର୍ଯ୍ୟ । ସୂଚନା ଥାଉକି, ପ୍ରଥମେ ପରୀକ୍ଷଣ ଭାବରେ ସାତ ପାହାଚ ଦ୍ୱାରର କରାଯିବ ରୂପା ଛାଉଣୀ । ପରବର୍ତ୍ତୀ ପର୍ଯ୍ୟାୟରେ ଏବର୍ଷ ରଥଯାତ୍ରା ସମୟରେ କଳାହାଟ, ଜୟବିଜୟ ଓ ୍େୱହରଣ ଦ୍ୱାରକୁ କରାଯିବ ରୂପା ଛାଉଣୀ । ଏହା ପରେ ମା ମହାଲକ୍ଷ୍ମୀ, ମା ବିମଳା, ନୃସିଂହ ମନ୍ଦିର ଭଳି ୧୧ଟି ଦ୍ୱାରକୁ ରୂପା ଛାଉଣୀ ପାଇଁ ପ୍ରଥମ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା । ପୂର୍ବରୁ ଯେଉଁ ଦାତା ରୁପା ଦାନ କରିଥିଲେ ସେହି ଦାତା ସିଂହଦ୍ୱାର ପାଇଁ ଆବଶ୍ୟକୀୟ ରୁପା ଦେବାକୁ ସହମତି ଦେଇଥିବା ବେଳେ ଏଏସଆଇ ଠାରୁ ଅନୁମତି ମିଳିବା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡିଛି । ସେହିପରି ଅସ୍ଥାୟୀ ସିଂହଦ୍ୱାର ନିର୍ମାଣର ଢାଞ୍ଚା, ନିର୍ମାଣ ଶୈଳୀ ଓ ଡିଜାଇନ୍ ସିଂହଦ୍ୱାର ଭଳି ଅକ୍ଷୁର୍ଣ୍ଣ ରଖାଯିବ । ବାହୁଡା ପୂର୍ବଦିନ ହିଁ ସିଂହଦ୍ୱାର ରୂପା ଛାଉଣୀ କାର୍ଯ୍ୟ ଶେଷ କରିବାକୁ ଲକ୍ଷ ରହିଥିବା ବେଳେ ଆଜି ଶ୍ରୀମନ୍ଦିର କୋର କମିଟି ଓ ପରିଚାଳନା କମିଟି ସଦସ୍ୟ ମାନେ ଯାଇ ସିଂହଦ୍ୱାରର ଅନୁଧ୍ୟାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking