34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶରୂପା ଝିଅର ସୁନାର ହୃଦୟ

ରୂପା ଝିଅର ସୁନାର ହୃଦୟ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତର ରୁପା ଝିଅ ତଥା ମଣିପୁର ମଣି ମୀରାବାଈ ଚାନୁ ଚମକିବା ପରେ ଚାରିଆଡୁ ମିଳୁଛି ଶୁଭେଚ୍ଛା-ସମ୍ମାନ । ତେବେ ମୀରାବାଈ ମଧ୍ୟ ଭୁଲି ନାହାନ୍ତି ତାଙ୍କ କଷ୍ଟ-ସାଧନାବେଳରେ ସାହାଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ । ଆଉ ଏହି ପରିପ୍ରେକ୍ଷୀରେ ଦେଢ଼ ଶହ ଟ୍ରକ୍ ଡ୍ରାଇଭର ଏବଂ ହେଲପରଙ୍କୁ ନିଜ ଘରକୁ ଡକାଇ ସମ୍ମାନିତ କରିଛନ୍ତି ମୀରାବାଈ ଚାନୁ । ଅନେକ ସମୟରେ ଦେଖାଯାଏ ଜଣେ ମଣିଷ ସଫଳ ହେବା ପରେ ନିଜର ଅସ୍ତିତ୍ତ୍ୱକୁ ଭୁଲିଯିବା ସହ ତା’ ମନରେ ଅହଂଭାବ ଜାତ ହୋଇଥାଏ । ଖରାପ ଦିନରେ ତାକୁ ସାହାଯ୍ୟ କରିଥିବା ଲୋକଙ୍କୁ ସେ ଭୁଲି ଯାଇଥାଏ । କିନ୍ତୁ ଠିକ୍ ଏହାର ବିପରୀତ ଟୋକିଓ ଅଲମ୍ପିକ୍ସରେ ଭାରତକୁ ପ୍ରଥମ ରୌପ୍ୟ ପଦକ ଦେଇଥିବା ମୀରାବାଈ ଚାନୁଙ୍କଠାରେ ଦେଖିବାକୁ ମିଳିଛି । ମୀରାବାଈଙ୍କ ଅଲମ୍ପିକ ପଦକ ଯାତ୍ରା ଆଦୌ ସହଜ ନଥିଲା । ଏହି କଠିନ ଯାତ୍ରାରେ ମୀରାଙ୍କୁ ଅନେକ ଲୋକ ସାହାଯ୍ୟ କରିଥିବାବେଳେ ତାଙ୍କ ଘର ଦେଇ ଯାଉଥିବା ଟ୍ରକ ଡ୍ରାଇଭର ମଧ୍ୟ ଏଥିରେ ସାମିଲ ଥିଲେ ।

ମଣିପୁରର ରାଜଧାନୀ ଇମ୍ଫାଲସ୍ଥିତ ଖେଳ ଆକାଡେମୀ ମୀରାବାଈଙ୍କ ଗାଁ ନୋଁଙ୍ଗପୋକ କାକଚିଙ୍ଗଠାରୁ ପାଖାପାଖି ୨୫ କି.ମି ଦୂରରେ ଥିଲା । ଗରିବ ପରିବାରରୁ ଆସିଥିବା ମୀରାଙ୍କ ପାଖରେ ପ୍ରତିଦିନ ଏତେ ଦୂର ଯାତ୍ରା କରିବା ପାଇଁ ଟଙ୍କା ନଥିଲା । କିନ୍ତୁ ପ୍ରତିଦିନ ସେ ଏହି ଟ୍ରକ ଡ୍ରାଇଭରଙ୍କଠାରୁ ଲିଫ୍ଟ ନେଇ ଆକାଡେମୀ ପହଞ୍ଚୁଥିଲେ । ଆଉ ମୀରାବାଈ ଆଜି ପଦକ ଜିତିବା ପରେ ତାଙ୍କୁ ଆକାଡେମୀ ପହଞ୍ଚାଇବାରେ ସାହଯ୍ୟ କରିଥିବା ଟ୍ରକ ଡ୍ରାଇଭରଙ୍କୁ ଡାକି ସମ୍ମାନିତ କରିଛନ୍ତି । ମୀରା ପାଖାପାଖି ୧୫୦ ଡ୍ରାଇଭର ଓ ଷ୍ଟାଫଙ୍କୁ ଗୋଟିଏ ସାର୍ଟ, ଗୋଟିଏ ମଣିପୁରୀ ସାଲ୍ ସହ ପେଟପୁରା ଖାଇବାକୁ ଦେଇଛନ୍ତି । ଏହି ସମୟରେ ମୀରା ଭାବବିହ୍ୱଳ ହୋଇଯାଇଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଚାନୁ ଆହୁରି କହିଛନ୍ତି ଯେ, ସମ୍ପୃକ୍ତ ଡ୍ରାଇଭର୍ ଓ ହେଲପରଙ୍କ ବିନା ମୋର ଅଲିମ୍ପିଆନ୍ ହେବା ସ୍ୱପ୍ନ ପୂରଣ ହୋଇପାରିନଥାନ୍ତା । ଡ୍ରାଇଭରମାନଙ୍କୁ ଶାର୍ଟ, ମଣିପୁରୀ ଉତ୍ତରୀୟ ଆଦି ଉପହାର ପୂର୍ବକ ସମ୍ମାନ କରିଥିଲେ ଚାନୁ । ଏ ସମ୍ପର୍କିତ ଖବର ସୋସିଆଲ୍ ମିଡିଆରେ ମଧ୍ୟ ଖୁବ୍ ଭାଇରାଲ୍ ହେଉଛି ଏବଂ ଲୋକେ ମଣିପୁରର ମଣି ତଥା ଭାରତର ରୁପା ଝିଅଙ୍କ ସୁନା କାମକୁ ଖୁବ୍ ପ୍ରଶଂସା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking